ଡିମିରିଗୁଡା ଓ ନୁଆଁପଦର ଅଂଚଳରେ ମଦ ପିଇଲେ ୫ ହଜାର ଓ ବିକିଲେ ୧୦ ହଜାର ଜରିମାନା : ମିଳିତ ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀର ନିଷ୍ପତି
ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପୁର୍ବରୁ ଗଞ୍ଜେଇ କାରବାର ପାଇଁ ପ୍ରସିଦ୍ଧ ଥିବାବେଳେ ବର୍ତମାନ ସେହି ବ୍ଳକ ଅଂଚଳରେ ଥିବା ଡିମିରିଗୁଡା ଓ ନୁଅାଁପଦର ପଂଚାୟତ ଆଦି ଅଂଚଳରେ ଦିନକୁଦିନ ଚୋରା ମଦ କାରବାର ବଢିଚାଲିଛି । ଫଳରେ ସେହି ଅଂଚଳରେ ମଦ୍ୟପ ମାନଙ୍କ ପାଇଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ଉଭୟ ଡିମିରିଗୁଡା ଏବଂ ନୁଅାଁପଦର ପଂଚାୟତ ଅଧିନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଆରମ୍ଭ କରିଛନ୍ତି ମଦ ବିରୋଧି ଅଭିଯାନ । ଏହି ପରିପେକ୍ଷିରେ ଡିମିରିଗୁଡା ଠାରେ ଥିବା ମା”ପିତାବଳୀ ମନ୍ଦିର ପ୍ରଙ୍ଗଣାରେ ଅଂଚଳରେ ମଦ କାରବାର ବନ୍ଦ କରାଯିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମା”ମହିଳା ମହାଶକ୍ତି ଡିମିରିଗୁଡା ଓ ସଂଗ୍ରାମ ଯୁବକ ସଂଙ୍ଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈ÷ଠକରେ ସଂଙ୍ଘର ସଭାପତି ରଘୁପତି କହଁର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୁଅାଁପଦର ସରପଂଚ ମହରଗି ଦିଗାଳ ,ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ,ଡିମିରିଗୁଡା ସରପଂଚ ପ୍ରତିନିଧି ପ୍ରଦିପ କୁମାର କହଁର ,ପୂର୍ବତନ ୱାର୍ଡ ମେମ୍ବର ଜହନ ଦିଗାଳ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ଏହି ବୈଠକରେ ଦୁଇଟି ପଂଚାୟତର ପ୍ରାୟ ୪୦ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଯୋଗ ଦେଇଥିଲେ । ଏହି ବୈଠକରେ ଉଭୟ ପଂଚାୟତରେ ଚୋରା ମଦ କାରବାରକୁ ସମ୍ପୁର୍ଣ ବନ୍ଦ କରି ନିଶା ମୁକ୍ତ ପଂଚାୟତ ଗଠନ କରିବା ଦିଗରେ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା ।
ଅନ୍ୟପଟେ ଅଂଚଳରେ ମଦ ବିକ୍ରି କରୁଥିବା ବ୍ୟକ୍ତି ମହିଳା ସଂଙ୍ଘଦ୍ୱରା ଧରା ପଡିଲେ ୧୦ ହଜାର ଟଙ୍କା ମଦ୍ୟପାନ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ୫ ହଜାର ଟଙ୍କା ଜରିମାନା ଅଅଦାୟ କରାଯିବା ସହ । ଅଂଚଳରେ ମଦ ବିକ୍ରି କିମ୍ବା ମଦ୍ୟ ପାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପଂଚାୟତ ସ୍ତରରେ ଦିଆଯାଉଥିବା ସୁବିଧା ସୁଯୋଗ ରୁ ବଂଚିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ପ୍ରସ୍ତାବକୁ ସଭାରେ ଉପସ୍ଥିତ ଥିବା ନୁଅାଁପଦର ଓ ଡିମିରିଗୁଡା ପଂଚାୟତ ର ସରପଂଚ ମାନେ ମଧ୍ୟ ସମର୍ଥନ କରିଥିଲେ । ବୈଠକକୁ ସଂଗ୍ରମାୀ ଯୁବକ ସଂଙ୍ଘର ସମ୍ପାଦକ ଦିବାକର ଦିଗାଳ ଓ ସଦସ୍ୟ ଶିବପ୍ରସାଦ ଭୁକ୍ତା ପରିଚାଳନା କରିଥିବା ବେଳେ ସ୍ୱୟଂ ସହାୟକ ଦଳ ନୁଅାଁପଦର ସଭାନେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
