ଗୋପ,୨୯/୮ଶନିବାର ଅବକାରୀ ବିଭାଗ ପକ୍ଷରୁ ଗୋପ ଥାନା ଅଧିନ ନାଗପୁର ବଜାରରେ ଚଢ଼ାଉ କରାଯାଇ ୮ ଲିଟର ମଦ ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗୋପ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ନାଗପୁର ବଜାରରେ ବିପୁଳ ଚୋରା ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିବାବେଳେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅବକାରୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଅବକାରୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ କୋଣାର୍କ ସ୍ଥିତ ଅବକାରୀ ଅଧିକାରୀ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ନାଗପୁର ବଜାରରେ ଚଢ଼ାଉ କରି ଚୋରା ମଦ ବିକ୍ରି କରୁଥିôବା ଅଭିଯୋଗରେ ତାପସ କୁମାର ନିଶଙ୍କଙ୍କ ଠାରୁ ୩.୭୮ ଲିଟର ବିଦେଶୀ ଜବତ କରିଥିବାବେଳେ ଦିବାକର ସାହୁଙ୍କ ଠାରୁ ୪.୫ ଲିଟର ମଦ ଜବତ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
