Odisha news

ବାଁଶଡାରୁ ମହୁଲି ଜବତ : ୧ ଗିରଫ

0

ଧାମରା : ବାଁଶଡା ଥାନା ଏରିଆରେ ଚୋରା ମଦ ବେପାର ଚାଲିଛି । ଚୋରା ବେପାରୀଙ୍କୁ ଧରିବା ପାଇଁ ପୋଲିସ୍‍ ଜାଲ ବିଛାଇଛି । ଏହି ଜାଲରେ ଆଜି ଜଣେ ଯୁବକ ଧରା ପଡିଛନ୍ତି । ସେ ହେଉଛନ୍ତି ବାଁଶଡା ଗାଁର ପପୁ ଜେନା । ସେ ବାଁଶଡା ଗାଁ ନିଜ ବାସ ଭବନରେ ଲକ୍‍ ଡାଉନ୍‍ ସମୟରେ ମହୁଲି ମଦ ବେପାର ଆରମ୍ଭ କରିଥିଲେ । ଏହାକୁ ନେଇ ବାଁଶଡାରେ ଅନେକ ପରିବାରରେ ପାରିବାରିକ ଅଶାନ୍ତି ଦେଖା ଦେଉଥିଲା ।

ଏ ସମ୍ପର୍କରେ ବାଁଶଡା ଏରିଆର ଏକାଧିକ ଲୋକେ ଥାନା ବାବୁଙ୍କ ନିକଟରେ ଅଭିଯୋଗ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବାଁଶଡା ପୋଲିସ୍‍ର ଏକ ଟିମ୍‍ ବାଁଶଡା କଲଭର୍ଟ ନିକଟରେ ସାଧା ପୋଷାକରେ ପଇଁତରା ମାରୁଥିଲା । ବେପାରୀ ପପୁ ଜେନା ବାଁଶଡା-କରଞ୍ଜମାଳ ରାସ୍ତା ଦେଇ ବାଁଶଡା ଅଭିମୁଖେ ଆସୁଥିଲେ । ୧୦ ଲିଟର ମହୁଲି ମଦ ସହିତ ଏକ ମୋଟର ସାଇକେଲ ପୋଲିସ୍‍ ଜବତ କରିଛି । ପପୁଙ୍କ ନାଁରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ବାଁଶଡା ଏରିଆରେ ଆହୁରି ୧୦/୧୨ ଜଣ ଚୋରା ମଦ ବେପାରୀ ଖୁଲମ୍‍ଖୋଲା ବେପାର କରୁଛନ୍ତି । ଏଥିପ୍ରତି ପୋଲିସ୍‍ ତଥା ଅବକାରୀ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ଅଛି ।

Govt
Leave A Reply