Odisha news

କୋଭିଡ୍ ମହାମାରୀ ଭିତରେ ଆସନ୍ତାକାଲିଠୁ ରାଜ୍ୟରେ ଶସ୍ତା ହେବ ମଦ

0

ଭୁବନେଶ୍ୱର: କୋଭିଡ୍ ମହାମାରୀ ଭିତରେ ଆସନ୍ତାକାଲିଠୁ ରାଜ୍ୟରେ ଶସ୍ତା ହେବ ମଦ। ଅର୍ଥାତ ମଦର MRP ଉପରେ ସ୍ପେଶାଲ କୋଭିଡ୍ ଫିକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି MRP ଉପରେ ୫୦ ପ୍ରତିଶତ ନୁହେଁ, ବରଂ ୧୫ ପ୍ରତିଶତ ଟିକସ ଲାଗିବ। FMFL/IMFL/ବିଅର/ଓ୍ୱାଇନ୍/RTD ବ୍ରାଣ୍ଡ ଉପରେ ୧୫ ପ୍ରତିଶତ ଟିକସ ଲାଗିବ।

ଚଳିତ ବର୍ଷ ସ୍ପେଶାଲ୍ କୋଭିଡ୍ ଫି ସହ ମଦର MRP ଉପରେ ରାଜ୍ୟ ସରକାର ୫୦ ପ୍ରତିଶତ ଟିକସ ନେଉଥିଲେ। ବର୍ତ୍ତମାନ ଏଥିରେ ହ୍ରାସ କରିବା ସହ ଆସନ୍ତାକାଲିଠୁ କେବଳ ୧୫ ପ୍ରତିଶତ ଟିକସ ନେବ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ।

ତେବେ କେଉଁ ବ୍ରାଣ୍ଡ ମଦର ଦାମ୍ କେତେ ରହିବ, ସେହି ସଂଶୋଧିତ MRP ରେଟ୍ ଅବକାରୀ ବିଭାଗର ୱେବସାଇଟ୍ OSBC.CO.INରେ ଉପଲବ୍ଧ ହେବ। ରାଜ୍ୟରେ ଏବେ ସୁଦ୍ଧା ସ୍ପେଶାଲ କୋଭିଡ୍ ଫି ଯୋଗୁଁ ୨୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ।

Leave A Reply