Odisha news

ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହୀ ବିଜଲି ମା ହେଲା

0
ବାରଙ୍ଗ (ସବ୍ୟୁ) ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହୀ ବିଜଲି ଏକା ଥରକେ ଗୁରୁବାର ଦିନ  ୫ ଟି ଶାବକ ଜନ୍ମ ଦେଇଛି।ଯାହାକୁ ନେଇ ପ୍ରାଣୀ ଉଦ୍ୟାନ ର କର୍ମଚାରୀ ଠୁ ଆରମ୍ଭ କରି କର୍ତ୍ତୃପକ୍ଷଙ୍କୁ ଖୁସି କରିଦେଇଛି ।୯ବର୍ଷ ବୟସ୍କା ବିଜଲି ଚତୁର୍ଥ ଥରପାଇଁ ମା ହୋଇଛି।ଏଥର ସିଂହ ସମ୍ରାଟ ସହ ମିଶି ୪ର୍ଥ ଥରପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ବିଜଲି।ସୂଚନା ଯୋଗ୍ୟ ଯେ ,  ୨୦୨୦ମସିହାରେ ଇନ୍ଦୋର ପ୍ରାଣୀଉଦ୍ୟାନରୁ ବିଜଲିକୁ   ନନ୍ଦନ କାନନକୁ  ଅଣାଯାଇଥିଲା । ଏଠାକୁ ଆସିବା ପରେ ୨୦୨୧ରେ ପ୍ରଥମକରି ବିଜଲି ମା ହୋଇ ୩ଟି ଛୁଆକୁ ଜନ୍ମ ଦେଇଥିଲା।ସେଥିମଧ୍ୟରୁ ୨ଟିର ମୃତୁହୋଇଥିବା ବେଲେ ତୃତୀୟ ଛୁଆକୁ ମା ଗ୍ରହଣ କରିନଥିଲା।ବାଧ୍ୟ ହୋଇ ଛୁଆକୁ ବଞ୍ଚାଇ ରଖିବା ପାଇଁ ମାଆଠାରୁ ଅଲଗାକରି ଲାଳନ ପାଳନକେନ୍ଦ୍ରରେ ରଖାଯାଇ ବଡ କରାଯାଇ ପରେ ତାରନାମ ବର୍ଷା ରଖାଯାଇଥିଲା।ସେହିପରି ୨୦୨୨ମାର୍ଚ୍ଚରେ ଦ୍ୱିତୀୟ ଗର୍ଭସ୍ଥ ସନ୍ତାନ କାମିନିକୁ ମଧ୍ୟ ମାଆଠାରୁ ଅଲଗା କରି ଲାଳନ ପାଳନ କେନ୍ଦ୍ରରେ ରଖାଯାଇଥିଲା।୨୦୨୨ନଭେମ୍ବରରେ ତୃତୀୟ ଗର୍ଭରେ ୫ଟିଛୁଆକୁ ଜନ୍ମ ଦେଇଥିବା ବେଳେ ଗୋଟିକର ମୃତୁ ଘଟିଥିଲା।୪ଛୁଆକୁ ମା ଗ୍ରହଣ କରିବା ସହ  ଠିକ୍ ଭବେ ଲାଳନପାଳନ କରିଥିଲା।ଏହିଛୁଆ ପର୍ଯ୍ୟାୟ କ୍ରମେ ବଡହେବା ସହ ସେଥିମଧ୍ୟରୁ ୨ଟି ଛୁଆକୁ ଆଲିକତାର ଅଲିପୂର ଚିଡିଆଖନାକୁ ଗତ ୨୭ତାରିଖରେ  ପଠାଯାଇଛି। ତେବେ ବିଜଲି ଶାବକ ଜନ୍ମ ଦେବା ପରେ ଏବେକାର ସ୍ଥିତିକୁ ଶିଶିକ୍ୟାମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଛି ଓ ତାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ନନ୍ଦନକାନନ କର୍ତ୍ତୁପକ୍ଷ।ମାଆ ବିଯିଲୀ  ଛୁଆମାନଙ୍କର ଯତ୍ନ ନେଉଥିବାରୁ ମାଆଠାରୁ ଛୁଆମାନଙ୍କୁ  ଅଲଗା କରାଯାଇନାହିଁ।ଯାହାଫଳରେ ଜନ୍ମିତ ଛୁଆମାନଙ୍କରେ ଲିଙ୍ଗ ନିରୂପଣ ହୋଇପାରିନାହିଁ। ମା ଏବଂ ଛୁଆମାନେ ଉଭୟ ସିସିଟିଭି ନଜରରେ ରହିଛନ୍ତି।
ଏହି ଜନ୍ମ ପରେ ନନ୍ଦନକାନନରେ ସିଂହସଂଖ୍ୟା ବୃଦ୍ଧିପାଇ ୨୫ରେ ପହଞ୍ଚିଥିବାର ଜଣାପଡିଛି।
IEC 2 years
Leave A Reply