ଉଦୟଗିରି: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହି ସମୟରେ ମୁସଲାନ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ଅନେକ ଗରିବ ଅସହାୟ ମୁସଲମାନ ଶ୍ରଦ୍ଧାଳୁ ଙ୍କୁ ସହୟତାର ହାତ ବଢାଇଛି ଚାରିନଙ୍ଗଳ ର ଲିମ୍ରା ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ।
ଏହାର ଅଧ୍ୟକ୍ଷ ସୁଲତାନା ସୈଫୁଲା ଖାଁ ଚାରିନଙ୍ଗଳ ଓ ନଳୀପୁର ଅଞ୍ଚଳରେ ଥିବା ଅସହାୟ ଶ୍ରଦ୍ଧାଳୁ ଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବସ୍ତ୍ର ସହିତ ମାସ୍କ ଓ ଖାଦ୍ୟ ପୁଡିଆ ବଣ୍ଟନ କରିଛନ୍ତି । ଏଥି ପାଇଁ ଅଧ୍ୟକ୍ଷ ସୈଫୁଲାଙ୍କ ଏତାଦୃଶ କାର୍ଯ୍ୟକୁ ସଂପୃକ୍ତ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।