Odisha news

ଗ୍ରୀଷ୍ମ ଋତୁରେ ଲିଚୁ ଖାଇବା ବେଳେ ଏହିସବୁ କଥାକୁ ଧ୍ୟାନ ଦିଅନ୍ତୁ, ନଚେତ ହୋଇ ପାରନ୍ତି ରୋଗ ଗ୍ରସ୍ତ

0

ଲିଚୁ ଗ୍ରୀଷ୍ମ ଋତୁରେ ଅଧିକ ଚାହିଦା ଥିବା ଫଳ ମାନଙ୍କ ମଧ୍ୟରୁ ଗୋଟିଏ l ଏହାକୁ କେହି ଡ୍ରିଂକ୍ସ ଭାବରେ ତ ଆଉ କେହି ସେକ ବନାଇ ସେବନ କରି ଥାଆନ୍ତି l ଆଉ କେହି ସେଭଳି ଖାଇ ଥାନ୍ତି l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଲିଚୁ ଅଧିକାଂଶ ସମୟରେ ରୋଗ ଗ୍ରସ୍ତ କରାଇ ଥାଏ l ଆଜ୍ଞା ହଁ, ଅଧିକାଂଶ ସମୟରେ ଲିଚୁ ରେ ଲୁଚି ରହିଥିବା କିଛି ପୋକ ଯାହାକି ଏଲର୍ଜୀ ଓ ଫୁଡ ପଏଜନିଙ୍ଗ ର କାରଣ ହୋଇ ଥାଆନ୍ତି l

ଲିଚୁ ସେବନ ପୂର୍ବରୁ ଏହିସବୁ କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ :-
–  ଲିଚୁ ରେ ଥିବା ବିଷାକ୍ତ ପଦାର୍ଥ ଏକ୍ୟୁଟ ଇନ୍ସଫେଲାଇଟିସ ସିଣ୍ଡ୍ରୋମ ର କାରଣ ହୋଇଥାଏ l ଯାହାକୁ ସ୍ଥାନୀୟ ରୂପରେ ମସ୍ତିଷ୍କ ଜ୍ୱର କୁହାଯାଇ ଥାଏ l ଯାହା ମସ୍ତିଷ୍କର ସଂକ୍ରମଣ ର କାରଣ ହୋଇଥାଏ l ଏହି ଜ୍ବରରେ ବାନ୍ତି, ମୁଣ୍ଡ ବୁଲାଇବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l

– ଆପଣ କଦାପି ଖାଲି ପେଟରେ ଲିଚୁ ସେବନ କରିବା ଠିକ ନୁହେଁ l ଏଥିରେ ଥିବା ମେଥିଲିନ ସାଇକ୍ଲୋପ୍ରପାଇଲ ଗ୍ଲାଇସିନ ଗୋଟିଏ ରସାୟନ ଅଟେ ଯାହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଓ ପେଟରେ ଅମ୍ଳ ସୃଷ୍ଟି କରି ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ l

– ଲିଚୁ ରେ ସାଇକ୍ଲୋ ପ୍ରପାଇଲ ଗ୍ଲାଇସିନ ଶରୀରରେ ରକ୍ତ ଶର୍କରା କୁ କମାଇ ଦେଇଥାଏ l ଯଦି ଆପଣ ସକାଳୁ ଖାଲି ପେଟରେ ଲିଚୁ ଖାଇଦେବେ ତେବେ ଏହା ଆପଣଙ୍କ ରକ୍ତ ଶର୍କରା କୁ କମାଇ  ଦେଇଥାଏ ତେଣୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ l

– ଲିଚୁ ରେ ଥିବା ମାଇକ୍ରୋବସ ଫୁଡ ପଏଜନିଙ୍ଗ ଓ ଏଲର୍ଜୀ ର କାରଣ ହୋଇପାରେ l ତେଣୁ ଯେବେବି ଆପଣ ଲିଚୁ ଖାଉଛନ୍ତି ତାକୁ ଠିକ ଭାବରେ ସଫା କରି ସେବନ କରନ୍ତୁ l

– ଛୋଟ ପିଲା ମାନଙ୍କୁ ଅଧିକ ଲିଚୁ ଖାଇବାକୁ ଦେବା ଉଚିତ ନୁହେଁ l କାରଣ ଏହା ଇନଫେକ୍ସନ ର କାରଣ ହୋଇ ଯାଇଥାଏ l ଲିଚୁ ସର୍ବଦା ଫ୍ରେସ ଖାଇବା ଆବଶ୍ୟକ ନଚେତ ଏହା ସଂକ୍ରମଣ ର କାରଣ ହୋଇଥାଏ l

Leave A Reply