ଜଣେ ବ୍ୟକ୍ତି ନିଜ ପରିବାରକୁ ଛାଡି ମନ କଷ୍ଟରେ ଯାଇ ଜଣେ ଗୁରୁଙ୍କ ଆଶ୍ରମରେ ପହଁଚିଲେ ଓ ସେଠାରେ ରହିଲେ l ସେଠାରେ ରହିବାର କିଛି ଦିନ ପରେ ଠାରେ ସେ ଗୁରୁଙ୍କୁ କହିଲେ ଆଶ୍ରମରେ ରହୁଥିବା ଅନେକ ଲୋକ ଅତ୍ୟନ୍ତ ସଂକୀର୍ଣ୍ଣ ମନା ଅଟନ୍ତି l ସେମାନେ ଅନ୍ୟ ଲୋକଙ୍କ ପଛରେ ଆଲୋଚନା କରୁଛନ୍ତି ଏବଂ ଥରେ ମୋ ବିଷୟରେ ମଧ୍ୟ ଆଲୋଚନା କରୁଥିଲେ l ଯଦି ଆଶ୍ରମ ଭିତରେ ରହୁଥିବା ସାଧୁ ମାନେ ସଂସାରୀ ଲୋକ ମାନଙ୍କ ଭଳି ଆଲୋଚନା କରିବେ ତେବେ କଣ କରାଯିବ l ଗୁରୁ କହିଲେ ବୈରାଗୀ କହିଲେ କାହାକୁ ବୁଝାଯାଏ ,ଅସଲ ବୈରାଗୀ କେମିତି ହେବ ଆବଶ୍ୟକ ସୁନା ଏହି ଗପରୁ l
ଗୋଟିଏ ଗାଁ ରେ ଜଣେ ସାଧୁ ଗୋଟିଏ କୁଡ଼ିଆରେ ରହୁଥିଲେ l ତାଙ୍କ ଗୁଣ ଓ ଚରିତ୍ର ଥିଲା ସୁନା ଭଳି ଉଜ୍ୱଳ l ଦିନକର କଥା,ସେହି ଗାଁ ର ଜଣେ ଯୁବତୀ ଗୋଟିଏ ପୁତ୍ରଟିଏ ଜନ୍ମ ଦେଲେ ଏବଂ ସେ ଅବିବାହିତା ଥିଲେ l ଏହି ଭୟଙ୍କର ପରିସ୍ଥିତିରେ ଝିଅଟିର ବାପା ରାଗିଯାଇ ଶିଶୁ ପୁତ୍ରଟିର ବାପା କିଏ ବୋଲି ପଚାରିଥିଲେ ,ଝିଅଟି କିଛି ଉପାୟ ନପାଇ ସାଧୁଙ୍କ ନାମ କହିଲା l ରାଗରେ ଝିଅର ବାପା ଗାଁ ଲୋକଙ୍କୁ ଏକାଠି କରି ସାଧୁଙ୍କ ପାଖରେ ପହଁଚିଲେ ଓ ତାଙ୍କୁ ଦୁଇ ଚାପୁଡ଼ା ମାରି ଯେତେବେଳେ ଏହି କଥାଟି କହିଲେ ଏହି ପୁତ୍ରଟି ତୁମର ,ମୋ ଝିଅ କହିଛି l ସାଧୁ କେବଳ ଏତିକି କହିଲେ ତେବେ ଏମିତି କଥା l ଗାଁ ଲୋକମାନେ ସାଧୁଙ୍କ କୁଡ଼ିଆ ପୋଡି ତାଙ୍କୁ ମାଡ଼ ମାରିଲେ l
ସାଧୁ ଏହା ପରେ ଅନ୍ୟ ଗୋଟିଏ ଗଛ ମୂଳରେ ଆଉ ଗୋଟିଏ କୁଡ଼ିଆ କରି ରହିଲେ l ଦୁଇ ଦିନ ପରେ ସେହି ଝିଅର ବାପା ସାଧୁଙ୍କୁ ଯାଇ କହିଲେ ତମେ ଶିଶୁପୁତ୍ରର ପିତା ହୋଇଥିବା କାରଣରୁ ତାର ଦାଇତ୍ୱ ନିଅ ,ସେଠାରେ ଛୁଆଟିକୁ ଛାଡି ଚାଲି ଆସିଲେ l ଏହା ପରେ ସାଧୁ ପିଲାଟିର ଯତ୍ନ ନେଇ ଅନେକ ପରିଶ୍ରମ କରି ତାକୁ ବଢ଼ାଇବାକୁ ଲାଗିଲେ l ଏମିତିରେ ଏକ ବର୍ଷ ବିତିଗଲା l ଝିଅଟି ଆଉ ସହି ନପାରି ତାର ପିତାଙ୍କୁ ସତକଥା କହିଦେଲା l ଗାଁ ର ଜଣେ ବ୍ୟବସାୟୀକୁ ସେ ଗୋପନରେ ବିବାହ କରିଥିଲା l ସନ୍ତାନଟି ସେହି ବ୍ୟବସାୟୀର ଅଟେ l ଏହାପରେ ଝିଅର ବାପା ଗାଁ ଲୋକଙ୍କୁ ଡାକି ସବୁକଥା କହିଲେ ,ଏହାପରେ ସମସ୍ତେ ମିଶି ସାଧୁଙ୍କ ଗୋଡତଳେ ପଡି କ୍ଷମା ମାଗିଲେ l ସାଧୁ ସବୁ ଶୁଣି କହିଲେ ଏମିତି କଥା l ବ୍ୟକ୍ତି ଜଣଙ୍କୁ ଗୁରୁଦେବ ଗପଟି କହି ସାରିବା ପରେ କହିଲେ ଏବେ ତୁମେ କୁହ ଜଣେ ବୈରାଗୀ ଓ ସାଂସାରିକ ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ କଣ ?
ନୀତିଶିକ୍ଷା “ନିଜର ଭୁଲ୍ ଲୁଚାଇବାକୁ ଯାଇ ଅନ୍ୟକୁ ବିପଦରେ ପକାଇବା ଉଚିତ ନୁହେଁ l”