Odisha news

ଅଳସୁଆଙ୍କ ପାଇଁ ପ୍ରତିଯୋଗିତା

0

ମଣ୍ଟିନିଗ୍ରୋର ପିୱା ଅଞ୍ଚଳ ଅନ୍ତର୍ଗତ ବ୍ରେଜ୍‌ନିକ୍‌ର ଏକ ଛୋଟିଆ ଶାନ୍ତ ପଲ୍ଲି ହେଉଛି ଇଥୋନୋ। ଗ୍ରାମ ଉପକଣ୍ଠରେ ଅଛି ଏକ ବିଶାଳ ଓକ୍‌ ବୃକ୍ଷ। ଏହି ବୃକ୍ଷ ତଳେ ପ୍ରତି ବର୍ଷ ‘ଅନ୍ତର୍ଜାତୀୟ ଅଳସୁଆ ଅଲିମ୍ପିକ୍‌’ ନାମକ ପ୍ରତିଯୋଗିତା ଅନୁଷ୍ଠିତ ହୁଏ। ଏଥିରେ କେବଳ ଗୋଟିଏ ବିଭାଗରେ ପ୍ରତିଯୋଗିତା ହୁଏ ଏବ˚ ତାହା ହେଉଛି ଶୋଇବା। ଯିଏ ନିଶା ଦ୍ରବ୍ୟ ସେବନ ବିନା, ଯେତେ ଶୀଘ୍ର ଏବ˚ ଅଧିକ ସମୟ ଶୋଇପାରିବେ, ସେ ହେବେ ବିଜେତା। ଏହି ଗୋଟିଏ ନିୟମକୁ ନେଇ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଦେଶ-ବିଦେଶର ବେଶ୍‌ କିଛି ସ˚ଖ୍ୟକ ଅଳସୁଆ ଯୋଗଦେବକୁ ଆସନ୍ତି। ଅଳସୁଆଙ୍କୁ ଦେଖିବା ପାଇଁ କୌତୂହଳୀ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିଥାଏ।

Govt
Leave A Reply