Odisha news

ପ୍ରତି ଗିରୁବାରରେ ପାଠ କରନ୍ତୁ ଏହି ଗୋଟିଏ ଦିବ୍ୟ ମନ୍ତ୍ର , ମିଳିବ ମାତା ଲକ୍ଷ୍ମୀ ଙ୍କ ସହିତ ଗଣପତିଙ୍କ କୃପା 

0
ଜୀବନ ରେ ସଫଳତା ପାଇଁ ଈଶ୍ୱର ହେଉଛନ୍ତି ଗୋଟିଏ ମାଧ୍ୟମ , କାହିଁକି  ନା ଭଗବାନ ଙ୍କ ବିନା କୃପା ରେ କିଛିବି ପାଇବା ସମ୍ଭବ ନୁହେଁ l ହିନ୍ଦୁ ଧର୍ମ ରେ ଗୁରୁବାର ଦିନ ଟି ହେଉଛି ମାତା ଲକ୍ଷ୍ମୀଙ୍କ ଦିନ l ତେଣୁ ଆଜିର ଦିନରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀ ଓ ଶ୍ରୀ ଗଣେଶ ଙ୍କ କୃପା ଲାଭ କରିଥାଏ ସେ କଦାପି ଅସଫଳ ହୁଏ ନାହିଁ l
ତେଣୁ ପ୍ରତ୍ୟେକ ମଣିଷ ନିଜ ଜୀବନ ରେ ଈଶ୍ୱର ବିଶ୍ୱାସୀ ହେବା ଖୁବ ଜରୁରୀ l ଆମର ସମସ୍ତ ବିଘ୍ନ ଈଶ୍ୱର ଙ୍କ କୃପାରୁ ଦୂର ହୋଇଥାଏ l
* ପ୍ରତିଦିନ ସକାଳୁ ଉଠି ନିଜ ଶୌଚ କର୍ମ ରୁ ନିବୃତ ହୋଇ ଈଶ୍ୱର ଙ୍କ ପାଇଁ କିଛି ସମୟ ଅର୍ପଣ କରନ୍ତୁ l ଏହି ସମୟରେ ଆପଣ ମିଳିତ ଭାବରେ ଲକ୍ଷ୍ମୀ ଓ ଗଣେଶ ଙ୍କୁ ଧ୍ୟାନ କରନ୍ତୁ l
* ଭଗବାନ ଗଣେଶ ଅଗ୍ର ପୂଜ୍ୟ ହୋଇଥିବା ବେଳେ ମାତା ଲକ୍ଷ୍ମୀ ହେଉଛନ୍ତି ଧନ ର ଦେବୀ l ଉଭୟ ଙ୍କୁ ପୂଜା କରିବା ଦ୍ୱାରା ଆମ ଜୀବନ ର ସମସ୍ତ ବିଘ୍ନ ଓ କଷ୍ଟ ଦୂର ହେବା ସହିତ ଆର୍ଥିକ ଅନାଟନ ଦୂର ହୋଇଥାଏ l
* ପ୍ରତିଦିନ ଘରୁ ବାହାରକୁ ଯିବା ପୂର୍ବରୁ ” ଓଂ ଙ୍ଗ ଗଣପତୟେ ନମଃ ”  ମନ୍ତ୍ରକୁ ଜପ କରନ୍ତୁ ଓ ଘରୁ ଏକ ମୁହଁ ହୋଇ ବାହାରି ଯାଆନ୍ତୁ ସମସ୍ତ କାର୍ଯ୍ୟ ରେ ସଫଳ ହେବେ l
* ଯଦି ଆପଣ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ ରେ କୁଆଡେ ବାହାରକୁ ଯାଉଛନ୍ତି ତେବେ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ” ଯା ଦେବୀ ସର୍ବ ଭୂତେଷୁ ଲକ୍ଷ୍ମୀ ରୁପେଣ ସଂସ୍ଥିତା , ନମଃ  ତସ୍ତୈ  ନମଃ ତସ୍ତୈ  ନମୋ ନମଃ ” l
* କଠିନ ପରିଶ୍ରମ ଦ୍ୱାରା ଯଦି ସଫଳତା ଲାଭ ହେଉ ନାହିଁ ତେବେ ପ୍ରତିଦିନ ପ୍ରଭୁ ଗଣେଶ ଙ୍କ ନିକଟରେ ଘିଅ ଦୀପ ଟିଏ ଜଳାଇ ” ଓଂ ଏକ ଦନ୍ତାୟ ବିହେ ବକ୍ରତୁଣ୍ଡାୟ ଧୀମହୀ ତନ୍ନ ଦନ୍ତି ପ୍ରଚୋଦାୟତ l ” ଏହି ମନ୍ତ୍ରକୁ ପାଠ କରନ୍ତୁ l
* ଆର୍ଥିକ ସମସ୍ୟା ଦୂର କରିବା ପାଇଁ ନିୟମିତ ଭାବରେ ସକାଳୁ ” ଓଂ ନମୋ ଗଣପତୟେ କୁବେର ୟେକଦ୍ରୀକୋ ଫଟ୍ ସ୍ୱାହା ” l ଏହି ମନ୍ତ୍ରକୁ ଜପ କରନ୍ତୁ l
Leave A Reply