Odisha news

ଗୁରୁବାର ଦିନ ଏହିସବୁ ବୃକ୍ଷକୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ଓ ଜୀବନ ରେ ସୁଖଶାନ୍ତି ର ବାସ ହୋଇଥାଏ

0

ହିନ୍ଦୁ ଧର୍ମରେ ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କ ର ଖୁବ ପ୍ରିୟ ବାର ଅଟେ l ଏହିଦିନ ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପ୍ରତ୍ୟେକ ପରିବାର ରେ ପୂଜା କରାଯାଇଥାଏ l ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଅନେକ ଉପାୟ କରାଯାଇ ଥାଏ l ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତିର ମସ୍ତକରେ ରହିଥାଏ, ତାକୁ କଦାପି ଜୀବନ ରେ ଦରିଦ୍ରତା ଗ୍ରାସ କରି ନଥାଏ l ମାନ୍ୟତା ଅନୁସାରେ ଗୁରୁବାର ଦିନ ଯଦି ଲକ୍ଷ୍ମୀଙ୍କ ପୂଜା ସହିତ ପବିତ୍ର ବୃକ୍ଷଙ୍କୁ ପୂଜା କରାଯାଏ ତେବେ ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ ଓ ପୁଣ୍ୟ ଲାଭ ହୋଇଥାଏ l

* ମାନ୍ୟତା ରହିଛି ଯେଉଁ ଘରେ ଅଁଳା ବୃକ୍ଷ ରହିଥାଏ ସେଠାରେ ସ୍ୱୟଂ ଲକ୍ଷ୍ମୀ ବାସ କରି ଥାଆନ୍ତି , ଘରେ କଦାପି ଧନର ଅଭାବ ହୋଇ ନଥାଏ l ପ୍ରତି ଗୁରୁବାର ଦିନ ପ୍ରାତଃ ସମୟରେ ଲକ୍ଷ୍ମୀଙ୍କ ପୂଜା ସମାପ୍ତ କରିବା ପରେ ଅଁଳା ବୃକ୍ଷକୁ ବିଧିବଧ ଭାବରେ ପୂଜା କରିବା ପରେ ଅଁଳା ବୃକ୍ଷ ନିକଟରେ ଜଳ ଅର୍ପଣ କରି ବିଧି ବିଧାନ ଅନୁସାରେ ପୂଜା କରନ୍ତୁ l ଅଁଳା ବୃକ୍ଷ ନିକଟରେ ଦୀପ ଜଳାଇ କନକଧାରା ସ୍ତୋତ୍ର ପାଠ କରନ୍ତୁ l ପୌରାଣିକ ମାନ୍ୟତା ଅନୁସାରେ ସ୍ୱୟଂ ମାଲକ୍ଷ୍ମୀ ମହାଦେବ ଓ ବିଷ୍ଣୁଙ୍କ ସହିତ ଅଁଳା ବୃକ୍ଷକୁ ପୂଜା କାଇଥିଲେ l

* ବେଲ ଗଛ ମଧ୍ୟ ଗୋଟିଏ ପବିତ୍ର ବୃକ୍ଷ ଭାବରେ ପୂଜ୍ୟ ଅଟେ l ପ୍ରତି ଗୁରୁବାର ଦିନ ସକାଳୁ ନିଜର ସ୍ନାନ କାର୍ଯ୍ୟ ସମାପ୍ତ କରିବା ପରେ ବେଲ ଗଛକୁ ଗଙ୍ଗାଜଳ ଓ ଚନ୍ଦନ ଅର୍ପଣ କରି ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ l ମା ଲକ୍ଷ୍ମୀଙ୍କ ସହିତ ମହାଦେବ ଓ ବିଷ୍ଣୁ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ l ଶାସ୍ତ୍ର ମତ ଅନୁସାରେ ବେଲଗଛ କୁ ନିୟମିତ ପୂଜାର୍ଚନା କରିବା ସମସ୍ତ ପାପ ର କ୍ଷୟ ହୋଇଥାଏ l

* ସନାତନ ଧର୍ମରେ ତୁଳସୀ ବା ମା ବୃନ୍ଦାବତୀ ଙ୍କ ପୂଜା କୁ ଶ୍ରେଷ୍ଠ ପୂଜା ଭାବରେ ଗ୍ରହଣ କରାଯାଏ l ଏମିତି ରେ ଦେଖିବାକୁ ଗଲେ ପ୍ରତିଦିନ ତୁଳସୀ ରେ ଜଳ ଅର୍ପଣ କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବିରାଜମାନ ହୋଇଥାଏ l ଯଦି ଗୁରୁବାର ଦିନ ତୁଳସୀ ବୃକ୍ଷକୁ ପୂଜା କରି ଦୀପ ଜଳାଇ ୧୧ ଥର ପରିକ୍ରମା କରିବେ ତେବେ ଧନର ଅଭାବ ରହିବ ନାହିଁ l

* ଓସ୍ତ ବା ପିପଳ ବୃକ୍ଷ ଘରେ ରହିବ ଶୁଭ ନୁହେଁ, କିନ୍ତୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଗୁରୁବାର ଯଦି ପିପଳ ବୃକ୍ଷକୁ ଦୀପ ଦାନ କରି ୭ଥର ପରିକ୍ରମା କରିବେ ଲକ୍ଷ୍ମୀଙ୍କ କୃପା ଲାଭ କରିବେ l ଗୁରୁବାର ଦିନ ଓସ୍ତ ବୃକ୍ଷକୁ ପୂଜା କରିବା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସନ୍ତାନ ସୁଖ ମଧ୍ୟ ଲାଭ ହୋଇଥାଏ l

Leave A Reply