ଆମ ହିନ୍ଦୁ ଧର୍ମରେ ଗୁରୁବାର ଦିନ ଟିକୁ ଖୁବ୍ ମହତ୍ତ୍ଵ ଦିଆ ଯାଇଥାଏ । କିନ୍ତୁ ଏହି ଗୁରୁବାର ଦିନ ଟି ରେ ବାସ୍ତୁ ଶାସ୍ତ୍ର ଅନୁସାରେ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଓ ସନ୍ତୁଷ୍ଟ କରିବା ପାଇଁ କିଛି ଟା ବାସ୍ତୁ ଟିପ୍ସ ମଧ୍ୟ ଗ୍ରହଣ କରିବା ଉଚିତ୍ ।
* ଗୁରୁବାର ଦିନ ଆପଣାନ୍ତୁ ଏହି ସବୁ ବାସ୍ତୁ ଟିପ୍ସ :-
* ଗୁରୁବାର ଦିନ ଅଗଧୁଆ କଦାପି ଅନ୍ନ ଭକ୍ଷଣ କରନ୍ତୁ ନାହିଁ । ଏପରି କଲେ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । କାରଣ ଅନ୍ନ କୁ ମଧ୍ୟ ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଏ ।
* ଗୁରୁବାର ଦିନ ନାରୀମାନେ ଅନ୍ୟର ଦ୍ଵାରକୁ ଯିବା ଉଚିତ୍ ନୁହେଁ । ଏହା ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ ଓ ନାରୀ କୁ ଲକ୍ଷ୍ମୀ ବୋଲି କୁହାଯାଏ ।
* ଗୁରୁବାର ରେ ଯଦି କୌଣସି ଖାଦ୍ୟ ସାମଗ୍ରୀ ଅନ୍ୟର ଘରକୁ ଦେଉଚ୍ଚନ୍ତି ତେବେ ନିଜ ବାସନ ଫେରାଇ ଆଣାନ୍ତୁ। କାରଣ ଏହା ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ ।
* କଦାପି ଗୁରୁବାର ଦିନ ଘରେ କଳହ କରନ୍ତୁ ନାହିଁ । ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତିର ଆଗମନ ହୁଏ ଓ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।
* ପାଣି ହେଉଛି ସବୁଠୁ ମୂଲ୍ୟବାନ ଅଟେ । ତେଣୁ କେବେହେଲେ ଜଳ କୁ ନଷ୍ଟ କରିବେ ନାହିଁ । ଜଳ ନଷ୍ଟ ହେଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଓ ଘରକୁ ଦାରିଦ୍ର୍ୟ ର ଆଗମନ ହୋଇଥାଏ ।
* ସବୁଜ ଗଛକୁ ଜଳ ଅର୍ପଣ :
ପ୍ରତି ଗୁରୁବାର ଦିନ ନିଜ ଘରେ ଥିବା ବିଭିନ୍ନ ବୃକ୍ଷକୁ ଜଳ ଅର୍ପଣ କରନ୍ତୁ । ଏହାଦ୍ବାରା ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । କାରଣ ଜଳ ଓ ଅନ୍ନ ଦାନ କରିବା ଦ୍ୱାରା ଜୀବନ ରେ ସମୃଦ୍ଧି ବୃଦ୍ଧି ହୋଇଥାଏ ।
* ନିଜ ଘରର ମୁଖ୍ୟ କୋଠରୀ ରେ ଗୋଟିଏ ହ୍ରଦ ର ଚିତ୍ର ର ଲଗାଇବା ଜରୁରୀ । ଯାହାକି ଜୀବନ ର ସମସ୍ତ କ୍ଷେତ୍ର ରେ ଆମକୁ ସଫଳତା ହାସଲ କରିବାର ସୁଯୋଗ ଦେଇଥାଏ।
