Odisha news

ଝାଡୁ କୁ ଏଭଳି କରିବା ଦ୍ୱାରା ମାତା ଲକ୍ଷ୍ମୀ ହୋଇଥାଆନ୍ତି ରୁଷ୍ଟ, ଏହିସବୁ ଭୁଲ କୁ ଅଣଦେଖା କରନ୍ତୁ ନାହିଁ

0

ଘରର ସଫା ସୁତୁରା ପାଇଁ ଆମେ ଝାଡ଼ୁର ବ୍ୟବହାର କରିଥାଉ l ହିନ୍ଦୁ ଧର୍ମରେ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ରୂପ ଭାବରେ ଗ୍ରହଣ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ଝାଡ଼ୁକୁ ନେଇ ଅନେକ ତଥ୍ୟ ଦିଆ ଯାଇଛି l ଯାହାକୁ ମାନିବା ନିହାତି ଜରୁରୀ ବୋଲି ଶାସ୍ତ୍ରବିତ ମାନେ କହି ଥାଆନ୍ତି ଯେ ଝାଡ଼ୁକୁ କଦାପି ଅଣଦେଖା କରିବା ଉଚିତ ନୁହେଁ l ଝାଡ଼ୁରେ ଯଦି ଭୁଲ ବଶତଃ ଗୋଡ଼ ବାଜିଯାଇ ଥାଏ ତେବେ ତାହା ଜୀବନରେ ଅନେକ ଅସୁବିଧା କୁ ସମୁଖୀନ କରାଇ ଥାଏ l

* ବାସ୍ତୁଶାସ୍ତ୍ର ରେ ଝାଡୁ କୁ ନେଇ କୁହାଯାଇଛି ଯେ ଯଦି ଭୁଲ ବଶତଃ ଝାଡ଼ୁରେ ଆପଣଙ୍କ ପାଦ ବାଜି ଯାଇଥାଏ ତେବେ ଏହା ମା ଲକ୍ଷ୍ମୀଙ୍କ ଅନାଦର ହୋଇଥାଏ l ଏହି କାରଣରୁ ଆମକୁ ଆର୍ଥିକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ଯଦି ଆପଣ କେବେ ଭୁଲ ରେ ଝାଡୁ ରେ ପାଦ ବାଜି ଯିବାର ଅନୁଭବ କରୁଛନ୍ତି ତେବେ ତୁରନ୍ତ ମଥାରେ ଲଗାନ୍ତୁ l

* ଝାଡ଼ୁକୁ କଦାପି ଠିଆ କରି ରଖିବେ ନାହିଁ l ବାସ୍ତୁ ରେ କୁହାଯାଇଛି ଯେ ଝାଡୁ କୁ ସର୍ବଦା ଶୁଆଇ ରଖିବା ଆବଶ୍ୟକ l କୁହାଯାଏ ଯେ ଠିଆ କରି ଝାଡୁ ରଖିବା ଦ୍ୱାରା ଅଶୁଭ ଅଟେ l ଏହାଛଡା ଝାଡୁ କୁ ଠିଆ କରି ରଖିବା ଦ୍ୱାରା ଅସୁବିଧାର ସମୁଖୀନ କରିବାକୁ ପଡିଥାଏ l

* ଘରେ କଦାପି ଭଙ୍ଗା ବା ଛିଣ୍ଡା ଝାଡୁ ରଖନ୍ତୁ ନାହିଁ l ଏହାଛଡା କଦାପି ଛିଣ୍ଡା ଝାଡ଼ୁରେ ଝାଡୁ କରିବା ଠିକ ନୁହେଁ l ଏହାଛଡା ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେ ଗୁରୁବାର, ମଙ୍ଗଳବାର, ସଂକ୍ରାନ୍ତୀ, ଅମାବାସ୍ୟା, ପୁର୍ନମି କିମ୍ବା ରାତିରେ କେହି ଝାଡୁ ଘରୁ ବାହାର କରିବା ଠିକ ନୁହେଁ l

* ରାତିରେ ଘରେ ଝାଡୁ କଲେ ଧନ ସମ୍ବନ୍ଧୀୟ ସମସ୍ୟା ଆସିଥାଏ l ତେଣୁ ରାତିରେ ଝାଡୁ କରନ୍ତୁ ନାହିଁ l

* ଝାଡୁ ସର୍ବଦା ଦକ୍ଷିଣ ପଶ୍ଚିମ ଦିଗ କିମ୍ବା ଦକ୍ଷିଣ ଦିଆଗରେ ରଖିବା ଦ୍ୱାରା ଜୀବନ ରେ କଦାପି ଧନ ସମ୍ବନ୍ଧୀୟ ଅସୁବିଧା ରୁହେ ନାହିଁ  ଓ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ l

* ଝାଡୁ କୁ କଦାପି ଆଲମାରୀ ପଛପାଖରେ ଲଗାଇ ରଖିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ମଧ୍ୟ ଧନ ହାନି ସମସ୍ୟା ହୋଇଥାଏ l

Nalco
Leave A Reply