ବିଦ୍ୱାନ ମାନଙ୍କ ମତରେ ସଂସ୍କାର ଯୁକ୍ତ ବ୍ୟକ୍ତିର ଶିକ୍ଷା ଗୋଟିଏ ଆଭୂଷଣ ଭଳି ହୋଇଥାଏ l ସଂସ୍କାର ଓ ଶିକ୍ଷା ଯାହା ପାଖରେ ରହିଥାଏ ସେହି ବ୍ୟକ୍ତି ଶତ୍ରୁ ମାନଙ୍କ ମଧ୍ୟରେ ସମ୍ମାନ ପ୍ରାପ୍ତ କରିଥାଏ l ବିଦ୍ୱାନ ମାନେ କହିଛନ୍ତି ଯେ ଶିକ୍ଷାର ଶୋଭା ସଂସ୍କାରରୁ ନିର୍ମାଣ ହୋଇଥାଏ l ସଂସ୍କାର ବ୍ୟକ୍ତିକୁ ମହାନ ହେବ ପାଇଁ ପ୍ରେରଣା ଦେଇଥାଏ l ଯେଉଁ ବ୍ୟକ୍ତି ପାଖରେ ଉପଯୁକ୍ତ ସଂସ୍କାର ରହିଛି ତା ପକ୍ଷରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ନୁହେଁ l
ଶିକ୍ଷା ଓ ସଂସ୍କାର ବ୍ୟକ୍ତିର ଅହଂକାରକୁ ନାଶ କରିଥାଏ -ଶିକ୍ଷିତ ଓ ସଂସ୍କାର ଯୁକ୍ତ ବ୍ୟକ୍ତିତ୍ୱ ବିନମ୍ର ଓ ସରଳ ହୋଇଥାଏ l ଏହିଭଳି ବ୍ୟକ୍ତି ମାନେ ଅହଂକାରକୁ ଆପଣାଇ ନଥାନ୍ତି l ଏହି ନିର୍ଦ୍ଧିଷ୍ଟ କାରଣରୁ ଏହିଭଳି ବ୍ୟକ୍ତି ମାନେ ସମସ୍ତ ସ୍ଥାନରେ ସମ୍ମାନ ପ୍ରାପ୍ତ କରିଥାନ୍ତି l ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ l
ସଂସ୍କାରବାନ ବ୍ୟକ୍ତି ସରଳ ହୋଇଥାଏ -ଯେଉଁ ବ୍ୟକ୍ତି ପାଖରେ ଉପଯୁକ୍ତ ସଂସ୍କାର ଥାଏ ସେ ସର୍ବଦା ସରଳ ରହିଥାଏ l ଏହିଭଳି ବ୍ୟକ୍ତିଙ୍କର ସମସ୍ତଙ୍କ ପ୍ରତି ସମ୍ମାନ ରହିଥିବା କାରଣରୁ ସେ ସମସ୍ତଙ୍କ ପ୍ରିୟ ଅଟେ l ଏପରି ବ୍ୟକ୍ତି ଚାରିଆଡେ କ୍ଷାତ ଲାଭ କରିଥାଏ l ଏଭଳି ବ୍ୟକ୍ତି ମାନଙ୍କ ଉପରେ ମା ସରସ୍ଵତୀଙ୍କର ଆଶୀର୍ବାଦ ରହିଥାଏ l ଏଭଳି ବ୍ୟକ୍ତି ସମସ୍ତ ସ୍ଥାନରେ ସମ୍ମାନ ଲାଭ କରନ୍ତି l
ଜ୍ଞାନୀ ବ୍ୟକ୍ତି ମାନେ ସର୍ବଦା ସରଳତାକୁ ଆପଣାଇ ଥାନ୍ତି -ଯେପରି ହେଉଛି ସରଳ ବ୍ୟକ୍ତିର ଆଭୂଷଣ ଜ୍ଞାନ ସେହିଭଳି ଭାବରେ ଜ୍ଞାନୀ ବ୍ୟକ୍ତି ମଧ୍ୟ ସରଳତାକୁ ଆପଣାଇ ଥାଏ l କାରଣ ସେ ଜାଣିଥାଅ ଯେ ସେ ନିଜର ଜ୍ଞାନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରି ପାରିବ ଓ ସମସ୍ତେ ତାକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିବେ କାରଣ ସରଳତା ,ଜ୍ଞାନ ଓ ଶିକ୍ଷା ଏଗୁଡିକ ସମସ୍ଥ ହେଉଛି ସଂସ୍କାରରୁ ଆରମ୍ଭ ତେଣୁ ଯେଉଁ ମନୁଷ୍ୟକୁ ଉପଯୁକ୍ତ ସଂସ୍କାର ମିଳିଛି ସେ କୌଣସି ସ୍ଥାନରେ ମଧ୍ୟ ହାରେ ନାହିଁ କିମ୍ବା ଅପମାନିତ ହୁଏ ନାହିଁ l
Comments are closed.