ନୂଆଦିଲ୍ଲୀ : ଆମର ଛୋଟ ଛୋଟ ପ୍ରଶ୍ନର ଉତ୍ତର କାହା ନିକଟରେ ଥାଉ ନଥାଉ କିନ୍ତୁ ଗୁଗୁଲ୍ ପାଖରେ ଖୁବ୍ ସହଜ ରେ ମିଳିଯାଏ । ବର୍ତ୍ତମାନ୍ ଏହି ପ୍ଲାଟଫର୍ମ ର ବ୍ୟବହାର ଆମେ ସ୍ମାର୍ଟ୍ ଫୋନ୍ , ଲାପଟପ୍ , ଟ୍ୟାବ ଓ କମ୍ପ୍ୟୁଟର ରେ କରିଥାଉ । ଅନେକ ପ୍ରକାରର ସର୍ଚ୍ଚ ଇଞ୍ଜିନ ରହିଛି ଯାହାଦ୍ଵାରା ଆମେ ସର୍ଚ୍ଚ କରିଥାଉ ସେଥି ମଧ୍ୟରୁ ଗୁଗଲ କ୍ରମ ଗୋଟିଏ ।
ଆଜି ଆମେ ଆପଣଙ୍କୁ ଏଭଳି କିଛି ଲାପଟପ୍ ଓ କମ୍ପ୍ୟୁଟର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଗୋଟିଏ ନିର୍ଦ୍ଧିଷ୍ଟ ତାରିଖ ପରେ ଗୁଗଲ କ୍ରମ କାମ କରିବ ନାହିଁ ।
– ଏହିସବୁ ଲାପଟପ୍ ରେ ବନ୍ଦ୍ ହେଲା ଗୁଗଲ ସର୍ଚ୍ଚ :
ମିଳିଥିବା ସୂଚନା ଅନୁସାରେ ଗୁଗଲ କ୍ରମ ବ୍ରାଉଜର ଅନେକ ଗୁଡ଼ିଏ କମ୍ପ୍ୟୁଟର ଓ ଲାପଟପ୍ ରେ କାମ କରିବା ବନ୍ଦ୍ କରିଦେବ । ଗୋଟିଏ ବିଶେଷ ସୂତ୍ରରୁ ଜଣାପଡିଛି ଯେ କମ୍ପାନୀ ପକ୍ଷରୁ ଗୋଟିଏ ସପୋର୍ଟ ଫୋରମ୍ ରେ ଅନାଉନସ୍ କରାଯାଇ ଥିଲା ଯେ ଗୁଗଲ କ୍ରମ କିଛିଟା ବିଶେଷ ପ୍ରକାରର ୱିଣ୍ଡୋଜ ର କିଛିଟା ଖାସ୍ ସିରିଜ୍ ରେ କାମ କରିବା ବନ୍ଦ୍ କରିଦେବ । ସେଥିପାଇଁ ୟୁଜର ଙ୍କୁ କିଣିବାକୁ ପଡ଼ିବ ନୂଆ ସିଷ୍ଟମ । ଏହା ହେବ ୨୦୨୩ ୭ଫେବୃଆରୀ ପାଖାପାଖି । ସେହି ସମୟରେ ଗୁଗଲ କ୍ରମ ର V 110 ରିଲିଜ୍ କରାଯିବ ।
ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୦ , ୨୦୨୩ ବେଳକୁ ମାଇକ୍ରୋସଫ୍ଟ ୱିଣ୍ଡୋଜ 7 ଇ ଏସ ୟୁ ଓ ଉଇଣ୍ଡୋ 8.1 ଗୁଗଲ କ୍ରମ ର ସପୋର୍ଟ ହଟେଇ ଦିଆଯିବ । ସପୋର୍ଟ ପେଜ୍ ରେ ଗୁଗଲ ପକ୍ଷରୁ କୁହାଯାଇ ଥିଲା ଯେ କ୍ରମ ର ପୁରୁଣା ଭର୍ସନ ଏହିସବୁ ଡିଭାଇସ୍ ରେ କାମ ତ କରିବ କିନ୍ତୁ କ୍ରମ ପାଇଁ ଏହିସବୁ ଡିଭାଇସ୍ ରେ ଅପଡେଟ ଆସିବ ନାହିଁ ।
ଆପଣ ଯଦି ଦୈନଦିନ ଅପଡେଟ ଚାହୁଁଛନ୍ତି ତେବେ ଉଇଣ୍ଡୋଜ 10 ଓ ଉଇଣ୍ଡୋଜ 11ରେ କାମ କରନ୍ତୁ ।
