ପୃଥିବୀର ଯଥାସମ୍ଭବ ନିକଟକୁ ଆସିଯାଇଥିବା ଲଞ୍ଜାତାରା ନିୟୋୱାଇଜ୍ ପୁଣିଥରେ ୭ ହଜାର ବର୍ଷ ପରେ ଦୃଷ୍ଟିଗୋଚର ହେବ । ଏ ଲଞ୍ଜାତାରାକୁ ନାସା ଚଳିତବର୍ଷ ମାର୍ଚ୍ଚରେ ଆବିଷ୍କାର କରିଥିଲା । ପୃଥିବୀଠାରୁ ୧୦.୩ କୋଟି କିଲୋମିଟର ଦୂରରେ ଏବେ ଏହା ସୂର୍ଯ୍ୟାସ୍ତର ଘଣ୍ଟାଏ ପରେ ଦୃଶ୍ୟମାନ ହେଉଛି । ଜୁଲାଇ ୨୩ ତାରିଖ ଦିନ ନିୟୋୱାଇଜ୍ ପୃଥିବୀର ନିକଟତମ ହୋଇଥିଲା । ଆଉ କିଛିଦିନ ପରେ ଏହା କ୍ରମଶଃ ଊଦ୍ଧ୍ୱର୍ମୁଖୀ ହୋଇ ସୂର୍ଯ୍ୟ ଆଢୁଆଳକୁ ଚାଲିଯାଇ ଅଦୃଶ୍ୟ ହୋଇଯିବ । ଚଳିତମାସରେ ଏହା ଉତ୍ତର ଗୋଲାର୍ଦ୍ଧ ସାରା ଆକର୍ଷଣର ବସ୍ତୁ ହୋଇଛି । ଲଞ୍ଜାତାରାଗୁଡ଼ିକ ବରଫ ଓ ଗ୍ୟାସ୍ରେ ଭରପୂର ।
