Odisha news

ମହିଳା ଥାନା ଅଧିକାରୀ ଏପରି କାମ କରି ହେଲେ ପ୍ରସଂସାର ପତ୍ରୀ

0

ନୂଆଦିଲ୍ଲୀ :ଆନ୍ଧ୍ର ପ୍ରଦେଶର ଜଣେ ମହିଳା ପୋଲିସ ଥାନା ଅଧିକାରୀ ଯେଉଁ ମାନବତାର କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ଅଟେ l ଶ୍ରୀକାକୁଲମ ଜିଲ୍ଲାର କଷିବୁଗାଁ ମୁତୟନ ହୋଇଥିବା ଥାନା ଅଧିକାରୀ  ଶ୍ରୀସା ନିଜର ଦୈନନ୍ଦିନ କାର୍ଯ୍ୟରୁ ହଟି ଯାହା କରିଛନ୍ତି ,ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି l

ଶ୍ରୀକାକୁଲମ ଜିଲ୍ଲାର ମ୍ୟୁନିସିପାଲଟି ଅଧୀନରେ ଯାଉଥିବା ଆଦିବିକୋଟୁରୁ ଗ୍ରାମରେ ଗୋଟିଏ କ୍ଷେତରେ ଲୋକମାନେ ଜଣେ ଅଜଣା ବ୍ୟକ୍ତିର ଶବ ଦେଖିଥିଲେ l କିନ୍ତୁ କେହିବି ସେହି ଶବ ନିକଟକୁ ଯିବା ପାଇଁ ସାହସ କରୁ ନଥିଲେ l ଲୋକମାନେ କହିଥିଲେ ବ୍ୟକ୍ତି ଜଣଙ୍କ ମାଗିକି ଖାଉଥିଲେ l କିନ୍ତୁ ମୂଳ ରୂପରେ ସେ କେଉଁଠୁ ଆସିଛନ୍ତି ସେ ବିଷୟରେ ସଠିକ ଖବର କିଛି ନଥିଲା l ଯେତେବେଳେ ଥାନା ଅଧିକାରୀ ଶ୍ରୀସାଙ୍କୁ ଏହି ବିଷୟରେ ଜଣା ପଡିଲା ସେ ଉକ୍ତ ସ୍ଥାନରେ ପହଂଚି ଥିଲେ l

ସେଠାରେ ସେ ପହଂଚି ସମସ୍ତ ଘଟଣା ବିଷୟରେ ଗ୍ରାମ ବାସୀଙ୍କ ପାଖରୁ ଶୁଣିଥିଲେ l ଲୋକ ମାନଙ୍କ କଥାରୁ ଜାଣିପାରିଲେ ଯେ ଲୋକମାନେ ସେଠାକୁ କରୋନା ଯୋଗୁଁ ଯିବାକୁ ଭୟ କରୁଛନ୍ତି l ଏହା  ଦେଖିବା ପରେ ମହିଳା ଥାନା ଅଧିକାରୀ ଲଳିତା ଚାରିଟେବଲ ଟ୍ରଷ୍ଟ ଜରିଆରେ ଶବଟିର ସଂସ୍କାର କରିଥିଲେ l ଶୀର୍ଷା ନିଜ କାନ୍ଧ ସାହାଯ୍ୟରେ ୨ କିଲୋମିଟର ଶବଟିକୁ ଉଠାଇ ନେଇ ଯାଇଥିଲେ ଓ ସେଠାରେ ଥିବା ମଶାଣୀରେ ନିଜେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ l

Leave A Reply