Odisha news

ମହିଳା ନିଜ କେଶରେ ଲଗାଇଲେ ଏପରି ସ୍ପ୍ରେ : ଯାହା ଛଡ଼ାଇବା ପାଇଁ ଲାଗିଗଲା ଏକ ମାସ ସମୟ

ନୂଆଦିଲ୍ଲୀ : ୱାସିଂଟନର ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଖୁବ ଭାଇରାଲ ହେଉଛି l ଯେଉଁଥିରେ ଟେସିକା ବ୍ରାଉନ ନାମକ ଜଣେ ମହିଳା ନିଜର କେଶକୁ ଗୋଟିଏ ନୂଆ ଷ୍ଟାଇଲ ଦେବା ପାଇଁ ଗରିଲା ଗ୍ଲୁ ହେୟାର ସ୍ପ୍ରେ ଲଗାଇ କେଶକୁ ସେଟ କରିଥିଲେ l କିନ୍ତୁ ଏହି ମହିଳାଙ୍କର ନୂଆ କେଶ ଚାର୍ଯ୍ୟପାଇଁ ନେବାକୁ ଦେବା ପଡିଗଲା l ଟେସିକା ଏହି କେଶକୁ ଠିକ କରିବା ପାଇଁ ଅନେକ ଦିନ ଲାଗିଯାଇଥିଲା l ବର୍ତ୍ତମାନ ସୁଦ୍ଧା ତାଙ୍କର କେଶ ଠିକ ହୋଇ ନାହିଁ l ନିଜ କେଶକୁ ଠିକ କରିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି ସେ ଡାକ୍ତରଖାନାରେ ଯାଇ ଡାକ୍ତରଙ୍କ ପରାମର୍ଶ କରିଛନ୍ତି l ଟେସିକା କହିଛନ୍ତି ଯେ ମୁଁ ଏଥିପାଇଁ ଅତ୍ୟନ୍ତ ଦୁଃଖିତ ଅଟେ l

ତାଙ୍କର ବିଭିନ୍ନ ଭିଡିଓ କେଶକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି l କିଛି ଲୋକ ତାଙ୍କ କେଶକୁ ଦେଖି ଚିଡାଉ ଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସମର୍ଥନ କରି ଏପରି ନକରିବା ପାଇଁ ଉପଦେଶ ଦେଉଛନ୍ତି l ସେ ଯେତେବେଳେ ନିଜ ମୁଣ୍ଡରେ ଏହି ସ୍ପ୍ରେକୁ ପ୍ରୟୋଗ କରିଥିଲେ ସେତେବେଳେ ଜାଣି ନଥିଲେ ଯେ ତାଙ୍କ ସହିତ ଏପରି ହେବ ବୋଲି l କିନ୍ତୁ ଦିନକୁ ଦିନ ତାଙ୍କୁ କଷ୍ଟ ହେବ ସହିତ ମୁଣ୍ଡରେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି l ସେ ସମସ୍ତ ଜନସାଧାରଙ୍କୁ କହିଛନ୍ତି ଯେ ନିଜ ଇଛାରେ ଏପରି କିଛି ନିଜ ସହିତ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ l

Comments are closed.