Odisha news

ପୋଲିସ ଅଧିକାରୀଙ୍କୁ କରୋନା ଯୋଦ୍ଧାରେ ସମ୍ବର୍ଦ୍ଧନା କଲେ ମହିଳା ସ୍ୱଂୟ ସହାୟକ ଗୋଷ୍ଠି

0

ରାୟଗଡା (Rabindra Patkhandal)- ଲକ ଡାଉନ ଘୋଷଣା ପରେ ପୋଲିସର କାର୍ଯ୍ୟ ଦ୍ୱିଗୁଣିତ ହୋଇ ଯାଇଛି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଠାରୁ ଅସହାୟଙ୍କୁ ସହାୟତା ହାତ ବଢାଇ ଚାଲିଛି ରାୟଗଡା ପୋଲିସ । ଜନସାଧାରଣଙ୍କୁ କରୋନା ସଂପର୍କରେ ସଚେତନ କରାଇବ ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଜନସାଧରଣଙ୍କୁ ନିବେଦନ କରୁଛି ପୋଲିସ । ରାୟଗଡା ଜିଲ୍ଲାରେ କରୋନା ଭୂତାଣୁକୁ ଯେପରି ପ୍ରବେଶ ନ କରିବା ସେଥି ପାଇଁ ରାୟଗଡା ପୋଲିସ ଅହରହ ଉଦ୍ୟମ ଜାରୀ ରଖିଛି ।

ଜିଲ୍ଲାର ବିଭିନ୍ନ ସୀମାନ୍ତବର୍ତୀ ଇଲାକା ଗୁଡିକରେ ୨୪ ଘଂଟା ପହରା ଦେଉଛନ୍ତି ପୋଲିସ କର୍ମଚାରୀ ମାନେ । ଗଳାବାଟ ଦେଇ ଯେପରି ବାହାର ଜିଲ୍ଲା ତଥା ବାହାର ରାଜ୍ୟର ବ୍ୟକ୍ତି ରାୟଗଡା ଜିଲ୍ଲାରେ ପ୍ରବେଶ ନ କରନ୍ତି ସେଥି ପାଇଁ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ୍ଙ୍କ ନିର୍ଦେଶ କ୍ରମେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାୟଗଡା ସହରରେ ମଧ୍ୟ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ରାୟଗଡା ପୋଲିସର ଏପରି ଉତ୍ସର୍ଗକୃତ କାର୍ଯ୍ୟ ପାଇଁ ବର୍ତମାନ ରାୟଗଡା ଜିଲ୍ଲାବାସୀ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ସମସ୍ତ ପୋଲିସ କର୍ମଚାରୀ ନିଜ ନିଜ କାର୍ଯ୍ୟରୁ ସୂଚାରୁରୂପେ ସଂପାଦନ କରୁଥିବା ବେଳେ ଚର୍ଚ୍ଚାରେ କିନ୍ତୁ ରହିଛନ୍ତି ଟ୍ରାଫିକ ଏ.ଏସ.ଆଇ ଏସ.ରାବଣା ।

ନିଜ ଟିମ ସହ ଦିନ ରାତି ପେଟ୍ରୋଲିଂ କରି ଲୋକଙ୍କୁ କରୋନା ସଂପର୍କରେ ସଚେତନତା କରିବା ସହ ବିନା କାମରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି । ଶ୍ରୀରାବଣା ଏବଂ ଟିମର ଏଭଳି କର୍ତବ୍ୟନିଷ୍ଠା କାର୍ଯ୍ୟ ପାଇଁ ରାୟଗଡା ସହରସ୍ଥିତ ୨ ନମ୍ବର ଓାର୍ଡର ଜଗନ୍ନାଥ ମନ୍ଦିର ସାହିର ରିମଝିମ ମହିଳା ସ୍ୱଂୟ ସହାୟକ ଗୋଷ୍ଠି ତରଫରୁ ଶ୍ରୀରାବଣାଙ୍କ ସହ ଥିବା ୫ ଜଣ ପୋଲିସ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାୟଗଡା ଜନସାଧାରଣ ପୋଲିସ ଉପରେ ଯେଉଁ ଭରସା ରଖିଛନ୍ତି ତାହାକୁ ଆମେ ଶତପ୍ରତିଶତ ସଫଳ କରି ଦେଖାଇବୁ ବୋଲି ପ୍ରକାଶ କରିଛନ୍ତି ଶ୍ରୀରାବଣା ।

Leave A Reply