ନୀଳଗିରି :ମହିଳା ମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ପାଇଁ କେନ୍ଦ୍ର ସରକାର ନାନାବିଧ ଯୋଜନା କରୁଥିବା ବେଳେ ଶନିବାର ଦିନ ନୀଳଗିରି ବ୍ଲକର ସିଆଡ଼ିମାଳ ପଞ୍ଚାୟତର ବାବନ୍ଧ ଗ୍ରାମରେ ଥିବା କୁମ୍ଭାର ସଂପ୍ରଦାୟର ୨ ମହିଳା ଗୋଷ୍ଠୀକୁ ମାଗଣାରେ ଚକ ଓ କାଦୁଅ ଗୋଳା ମେସିନ କେନ୍ଦ୍ରମନ୍ତ୍ରୀ ପ୍ରଦାନ କରିଛନ୍ତି । ବାବନ୍ଧ ଗ୍ରାମରେ ଶତପ୍ରତିଶତ କୁମ୍ଭକାର ସଂପ୍ରସାୟର ୨ ମହିଳା ଗୋଷ୍ଠୀକୁ ମାଗଣାରେ ଚକ ଓ କାଦୁଅ ଗୋଳା ମେସିନ ପ୍ରଦାନ କରିଛନ୍ତି । ବାବନ୍ଧ ଗ୍ରାମରେ ଶତ ପ୍ରତିଶତ କୁମ୍ଭକାର ସଂପ୍ରଦାୟର ଲୋକମାନେ ଥିବା ବେଳେ ଏମାନଙ୍କର କୌଳିକ ବୃତ୍ତିର ବିକାଶ ପାଇଁ ଖଦି ଓ ଭି.ଆଇ. କମିଶନର ଏମ.ଏସ.ଏମ.ଇ. ମନ୍ତ୍ରାଳୟ ଭାରତ ସରକାରଙ୍କ ସହଯୋଗରେ ଏବଂ ଗ୍ରାମୋଉଦ୍ୟୋଗ ବିକାଶ ଯୋଜନା ଆନୁକୂଲ୍ୟରେ ୨ ଗୋଟି ମହିଳା ଗ୍ରୁପ ଯେଉଁମାନେ ବି.ପି.ଏଲ ଧାରୀ ସେମାନଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଦୁ୍ୟତ୍ ·ଳିତ ଚକ ଓ ମାଟି ଚକଟା ମେସିନ ମାଗଣାରେ ପ୍ରଦାନ କରିଥିବା ବେଳେ ୨୦ଜଣ ମହିଳାକୁ ୨୦ଟି ଚକ ଓ ପ୍ରତିଗ୍ରୁପକୁ ଗୋଟାଏ ଲେଖାଏଁ ବିଦୁ୍ୟତ୍ ·ଳିତ ମାଟି ଚକଟା ମେସିନ ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ଖଦି ବୋର୍ଡର ନିଦେ୍ର୍ଦଶକ ସମୀର ମହାନ୍ତି, ସହକାରୀ ନିଦେ୍ର୍ଦଶକ, ଅରୂପ କୁମାର ଭୂୟାଁ, ନୀଳଗିରି ଆଇ.ଟି.ଡି.ଏ.ର ପ୍ରକଳ୍ପ ଅଧିକାରୀ ବୀରକିଶୋର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନୀଳଗିରି ଆଇ.ଟି.ଡି.ଏ. ସହଯୋଗ କରିଥିଲା