ଭାବିଲେ ଥରେ ଦେଖି ଏମିତି କୌଣସି ଦେଶ ଥିବ ଯେଉଁଠି କେବଳ ପୁରୁଷ କିମ୍ବା ନାରୀ ରହୁଥିବେ, କିମ୍ବା ପୁରୁଷଙ୍କ ତୁଳନାରେ ନାରୀଙ୍କ ସଂଖ୍ୟା ଖୁବ ଅଧିକ ଥିବ l ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଚି ନା ? କାହିଁକିନା ପୁରୁଷ ଓ ନାରୀ ଉଭୟ ଉଭୟଙ୍କର ପରିପୂରକ l ଆମେ ସାଧାରଣ ଭାବରେ ଭାବିଥାଉ ପୁରୁଷ ଓ ନାରୀଙ୍କ ସଂଖ୍ୟା ଅନେକ ସ୍ଥାନରେ ସାମାନ୍ୟ କମ ବେଶୀ ହୋଇଥାଏ l କିନ୍ତୁ ଏଭଳି ଗୋଟିଏ ଦେଶ ରହିଛି ଯେଉଁଠି ମହିଳା ଙ୍କ ସଂଖ୍ୟା ଖୁବ ଅଧିକ ଅଟେ l
ମହିଳାଙ୍କ ଅଧିକ ସଂଖ୍ୟା ବହୁଳତା ଦେଶ ହେଉଛି ଲତବୀୟl, ୟୁରୋପ ମହାଦେଶ ର ଏହା ଗୋଟିଏ ଖୁବ ସୁନ୍ଦର ଦେଶ ଅଟେ l ଯାହାକି ଗୋଟିଏ ମହିଳା ପ୍ରାଧାନ୍ୟ ଦେଶ l ଏଠାରେ ମହିଳାଙ୍କ ସଂଖ୍ୟା ଖୁବ ଅଧିକ l ଏବଂ ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନେ ଆଗୁଆ l
ଲତବିୟା ର ସମୁଦାୟ ଜନସଂଖ୍ୟା ୧୯ ଲକ୍ଷ ଯେଉଁଥିରେ କେବଳ ୫୫ ପ୍ରତିଶତ ମହିଳା ଅଟନ୍ତି l ଏଠାରେ ମହିଳାଙ୍କ ର ଅଧିକ ସଂଖ୍ୟା ରହିବାର ଗୋଟିଏ କାରଣ ହେଲା ଏଠାରେ ପୁରୁଷ ଙ୍କ ତୁଳନାରେ ମହିଳା ମାନେ ଅଧିକ ଦୀର୍ଘ ଜୀବି ହୋଇ ଥାଆନ୍ତି l ଲତବୀୟl ରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ର ବିକାଶ ଦେଖିବାକୁ ମିଳିବ l ତାହା ଶିକ୍ଷା ହେଉ, ସ୍ୱାସ୍ଥ୍ୟ କିମ୍ବା ବିଜ୍ଞାନ ହେଉ ସବୁଠୁ ମହିଳା ଆଗରେ l ଏପରିକି ଦେଶର ସଂସଦ ରେ ମଧ୍ୟ ମହିଳାଙ୍କ ସଂଖ୍ୟା ଅଧିକ l ଭାରତରୁ ଲତ୍ତବିୟା ଯିବା ପାଇଁ ୧୫ ଘଂଟାର ବିମାନ ଯାତ୍ରା ଲାଗିବ ଏବଂ ଭାରତରୁ କୌଣସି ଡାଇରେକ୍ଟ ପ୍ଲେନ ମଧ୍ୟ ନାହିଁ l ଏଠାକୁ ଯିବାକୁ ହେଲେ ପୋଲାଣ୍ଡ, ଜର୍ମାନୀ କିମ୍ବା ଫିନ ଲ୍ୟାଣ୍ଡ ହୋଇ ଯିବାକୁ ପଡିବ l