ମହିଳାମାନେ ଅଧିକ ସେନ୍ସିଟିଭିଟି ର ଶିକାର ହୋଇ ଥାଆନ୍ତି । ସେମାନଙ୍କ ପ୍ରକୃତି ଓ ଶରୀର ପୁରୁଷ ଙ୍କ ତୁଳନାରେ ଅଧିକ ସମ୍ବେଦନଶୀଳ ହୋଇଥାଏ । ରୋଗ କୁ ନେଇ ମହିଳାଙ୍କ ସ୍ଥିତି ମଧ୍ୟ ଏଭଳି ରହିଥାଏ । କିଛି ରୋଗ ଏଭଳି ହୋଇଥାଏ , ଯାହାଦ୍ଵାରା ମହିଳାମାନେ ଅଧିକ ଆକ୍ରାନ୍ତ ହୋଇ ଥାଆନ୍ତି ।କିଛିଟା ରୋଗ ଦ୍ଵାରା ପୁରୁଷ ମାନେ ଖୁବ୍ କମ୍ ଆକ୍ରାନ୍ତ ହୋଇ ଥାଆନ୍ତି । ତେଣୁ ସେଭଳି କିଛିଟା ରୋଗ କୁ ନେଇ ମହିଳା ମାନେ ସର୍ବଦା ସତର୍କ ରହିବା ଆବଶ୍ୟକ । ଆଜି ଆସନ୍ତୁ ସେଭଳି କିଛି ଟା ରୋଗ ବିଷୟରେ ଜାଣିବା ଯାହାଦ୍ଵାରା ମହିଳା ମାନେ ଅଧିକ ପ୍ରଭାବିତ ହୁଅନ୍ତି ।
* ଭିଟାମିନ ଡି ମଣିଷ ଶରୀର ପାଇଁ ଗୋଟିଏ ଜରୁରୀ ତତ୍ତ୍ଵ ଅଟେ । ଏହାର କମି ଦ୍ଵାରା ଅନେକ ପ୍ରକାର ରୋଗ ମଣିଷ କୁ ପ୍ରଭାବିତ କରିଥାଏ । କିନ୍ତୁ ମହିଳାମାନେ ବିଶେଷ ଭାବରେ ଭିଟାମିନ ଡି ର କମି ର ଶିକାର ହୋଇ ଥାଆନ୍ତି । ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ଭିଟାମିନ ଡି ଦ୍ଵାରା ଏକ ଚତୁର୍ଥା ଅଂଶ ମହିଳା ଶିକାର ହୋଇ ଥାଆନ୍ତି । ଏହା ଶରୀର ରେ କମିବା ଦ୍ଵାରା ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇଥାଏ । ଏହାଦ୍ବାରା ଶରୀର ରେ ବିଭିନ୍ନ ଅସୁବିଧା ହେବା ହାଡ ମଧ୍ୟ ଦୁର୍ବଳ ହୋଇଥାଏ ।
* ମାସିକ ଋତୁସ୍ରାବ ଓ ପ୍ରସବ ସମୟରେ ଉଚିତ୍ ପୋଷାକ ତତ୍ତ୍ଵ ଯୁକ୍ତ ଖାଦ୍ୟ ନଖାଇବା ଦ୍ଵାରା ମହିଳା ମାନଙ୍କ ନିକଟରେ ରକ୍ତ ହୀନତା ଦେଖା ଯାଇଥାଏ । ଡାକ୍ତର ଙ୍କ ସୂଚନା ଅନୁସାରେ ଯେତେ ବି ମହିଳା ଚିକିତ୍ସା ପାଇଁ ଆସି ଥାଆନ୍ତି ସେମାନଙ୍କ ମଧ୍ୟରୁ ଅନେକ ରକ୍ତ ହୀନତା ର ଶିକାର ହୋଇ ଥାଆନ୍ତି । ଏନିମିଆ ର ମୁଖ୍ୟ କାରଣ ହେଉଛି ପ୍ରତି ମାସରେ ଋତୁସ୍ରାବ ହେବା । ଯଦି ଋତୁସ୍ରାବ ଅଧିକ ଦିନ ଧରି ହୋଇଥାଏ ତେବେ ରକ୍ତ ହୀନତା ଦେଖା ଯାଇଥାଏ ।
* ପୋଲି ସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ଗୋଟିଏ ପ୍ରକାର ର ହାର୍ମୋନାଲ ସିଣ୍ଡ୍ରୋମ ଅଟେ । ଏହା ମହିଳା ମାନଙ୍କ ଓଭରି ଉପରେ ଖରାପ ପ୍ରଭାବ ପକାଇ ଥାଏ । ହାର୍ମୋନାଲ୍ ଇମ୍ବଲାନ୍ସ ହେବା ଦ୍ଵାରା ଏହି ସମସ୍ୟା ଆହୁରି ଅଧିକ ବଢ଼ି ଯାଇଥାଏ ।
* ମହିଳା ମାନଙ୍କ ମଧ୍ୟରେ ଗର୍ଭାବସ୍ଥା ସମସ୍ୟା ସାଧାରଣ ଭାବରେ ଦେଖା ଯାଇଥାଏ । ନିକଟରେ ୟୁଏନ ର ଗୋଟିଏ ରିପୋର୍ଟ ଅନୁସାରେ ଗର୍ଭାବସ୍ଥା କିମ୍ବା ଏହା ସହିତ ଜଡିତ ସମସ୍ୟା ଦ୍ଵାରା ପ୍ରତି ୨ମିନିଟ ରେ ଗୋଟିଏ ମହିଳା ର ମୃତ୍ୟୁ ହୋଇଥାଏ । ଏପରି ସ୍ଥିତି ରେ ମହିଳା ଙ୍କ ନିକଟରେ ଦେଖା ଯାଉଥିବା ଏହି ସମସ୍ୟା କୁ ଧ୍ୟାନ ଦେବା ଜରୁରୀ ।
