ଜଗତସିଂହପୁର – ଜଗତସିଂହପୁର ଜିଲ୍ଲା ବାଲିକୁଦା କଣିଆ ବଜାର ରେ ଥିବା ସାଇଶ୍ରଦ୍ଧା ହୋଟେଲ ରେ ରୋଷେୟା ଭାବେ କାର୍ଯ୍ୟରତ ଶ୍ରମିକ କାର୍ତିକ ଜେନା ଙ୍କୁ ସେହି ହୋଟେଲ ରେ ଆଜକୁ ଦୁଇଦିନ ହେବ ନଜରବନ୍ଦି ଭାବେ ରଖାଯାଇଥିବା ବେଳେ ତାଙ୍କ ପତ୍ନୀ ଙ୍କ ଲିଖିତ ଅଭିଯୋଗ ପରେ ଆଜି ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଶ୍ରମ ଅଧିକାରୀ ଓ ଅନ୍ୟ ଜଣେ କର୍ମଚାରୀ ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି | ଅଭିଯୋଗ ଅନୁସାରେ ଏରସମା ଅଞ୍ଚଳର ଏହି ଶ୍ରମିକ ଉକ୍ତ ହୋଟେଲ ରେ କାର୍ଯ୍ୟ କରୁଥିବା ବେଳେ ଗତ ଶିବ ରାତ୍ରି ଦିନ ଘରକୁ ଯିବାକୁ ମାଲିକ ଙ୍କୁ ପଇସା ମାଗୁଥିଲେ | ହୋଟେଲ ମାଲିକ ପଇସା ନଦେବାରୁ କାର୍ତିକ ଘରକୁ ପଳାଇଥିଲେ ଓ ଏହି ରାଗରେ ହୋଟେଲ ମାଲିକ ରବିନ୍ଦ୍ର ବିଶ୍ଵାଳ ତାଙ୍କ ନାମରେ ମୋ ହୋଟେଲ ରୁ ତୁ ଟଙ୍କା ନେଇଛୁ , ଟଙ୍କା ଦେ ନହେଲେ ଆସେ ମୋ ହୋଟେଲ ରେ ଏକ ବର୍ଷ କାମ କରିବୁ କହି ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଆଣି ନଜର ବନ୍ଦି କରି ରଖିଥିଲେ | ଏହି ଘଟଣା ଉପରେ କାର୍ତିକ ଙ୍କ ପତ୍ନୀ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି |
