Odisha news

କୁନ୍ଦୁରି ବହୁତ ଘାତକ ରୋଗରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ

0

ପଦ୍ମଯା ପଟ୍ଟନାୟକ  :  ଏଥିରେ କିଛି ସନ୍ଦେହ ନାଇଁ ଯେ ସମସ୍ତେ ଜୀବନରେ ସୁସ୍ଥ ରହିବାକୁ ଚାହାଁନ୍ତି l ସେଥିପାଇଁ ସର୍ବଦା ଶରୀରକୁ ପୋଷାକ ତତ୍ୱ ଦେବା ଆବଶ୍ୟକ ,ତାହା ଭୋଜନ ମାଧ୍ୟମରେ ଔଷଧ ମାଧ୍ୟମରେ ନୁହେଁ l ଯେତେବେଳେ ଆମେ କୌଣସି ପୌଷ୍ଟିକ ଏହାର ନେବା ବିଷୟରେ ଚିନ୍ତା କରୁ ପ୍ରଥମେ ଆମ ମନରେ ଫଳ ଓ ପନିପରିବା ବିଷୟରେ ଧାରଣା ସୃଷ୍ଟି ହୋଇଥାଏ l ଗୋଟିଏ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଫଳ ଓ ପାନିପରିବାର ତାଲିକା ବହୁତ ଲମ୍ବା ଅଟେ l ସମସ୍ତ ଫଳ ଓ ପନିପରିବା ଆମ ଶରୀରକୁ କିଛି ନା କିଛି ଫାଇଦା ଦେଇଥାଏ l

ଆଜି ଆମେ ସେହି ପରିବାମାନଙ୍କ ମଧ୍ୟରୁ ଗୋଟିଏ ପାରିବ ବିଷୟରେ କହିବାକୁ ଯାଉଛୁ ତାହା ହେଉଚି “କୁନ୍ଦୁରି “l ଏହି ପରିବାଟି ସାଧାରଣତଃ ବର୍ଷ ଋତୁରେ ଦେଖିବାକୁ ମିଳେ l କୁନ୍ଦୁରିର ବୈଜ୍ଞାନିକ ନାମ ହେଲା କୋକିନିୟା କାର୍ଡିଫୋଲିୟା l କୁନ୍ଦୁରି ଗଛଗୁଡ଼ିକ ଲଟାପରି,ଏହାର ଫୁଲ ଗୁଡିକ ଧଳା ରଙ୍ଗର l ଆରମ୍ଭରୁ ଏହାର ଚାଷ ଆଫ୍ରିକା ଓ ଏସିଆ ମହାଦେଶର କିଛି ଦେଶରେ ଦେଖିବାକୁ ମିଳୁଥିଲା l କିନ୍ତୁ ପରେ ଏହି ପରିବାର ଚାଷ ବିଶ୍ୱର ପ୍ରାୟ ସମସ୍ତ ସ୍ଥାନରେ କରାଯାଉଛି l କୁନ୍ଦୁରିରେ ଅନେକ ଗୁଡିଏ ପୋଷକତତ୍ୱ ଥିବା ହେତୁ ଔଷଧ ପାଇଁ ମଧ୍ୟ ବ୍ୟବହାର କରାଯାଏ l

* କ୍ୟାନ୍ସରରୁ ଦୁରେଇ ରଖେ -ଆଜିକାଲି ଦୁନିଆରେ କ୍ୟାନ୍ସର ହେଉଛି ଗୋଟିଏ ବଡ ଘାତକ ରୋଗ l ଏହି ରୋଗରେ ପୀଡିତ ବ୍ୟକ୍ତି ଲକ୍ଷଲକ୍ଷ ଟଙ୍କା ଖର୍ଚ କରିବାକୁ ବାଧ୍ୟ ହୁଏ l କିନ୍ତୁ ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଇବାଦ୍ୱାରା ଆମେ ଏହି ରୋଗଠାରୁ ଦୁରେଇ ରହି ପାରିବl l ସେଥି ମଧ୍ୟରୁ କୁନ୍ଦୁରି ଗୋଟିଏ l କୁନ୍ଦୁରିରେ ଆଣ୍ଟିକ୍ୟାନ୍ସର ଗୁଣ ଅଛି ,ବିଶେଷଜ୍ଞ ମାନଙ୍କ ମତରେ କୁନ୍ଦୁରି ଯେଉଁ ଋତୁରେ ଆମକୁ ମିଳୁଛି ଆମେ ତାହାକୁ ନିହାତି ଖାଇବା ଆବଶ୍ୟକ l

* କିଡ୍ନୀ ଷ୍ଟୋନକୁ ଠିକ କରେ -କିଡ୍ନୀ ଷ୍ଟୋନକୁ ଦୂର କରିବା ପାଇଁ କୁନ୍ଦୁରିକୁ ଖାଦ୍ୟରେ ବ୍ୟବହାର କରିପାରିବ l କାରଣ କୁନ୍ଦୁରିରେ କ୍ୟାଲସିୟମର ମାତ୍ର ଅଧିକ ରହିଛି l କ୍ୟାଲସିୟମ ଆମର ପଚାନା ତନ୍ତ୍ରରେ ଷ୍ଟୋନ ହେବାର ଆଶଙ୍କାକୁ କମ କରିଥାଏ l ବିଶେଷଜ୍ଞଙ୍କ ମତରେ କିଡ୍ନୀ ଷ୍ଟୋନ ହେବାପରେ କ୍ୟାଲସିୟମ ଖାଇବା ଆବଶ୍ୟକ l

*ହୃଦୟପାଇଁ କୁନ୍ଦୁରି ଲାଭପ୍ରଦ-କୁନ୍ଦୁରି ଅନେକ ଗୁଡିଏ ପୌଷ୍ଟିକ ଗୁଣରେ ଭରପୁର ଅଟେ ,ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l କୁନ୍ଦୁରିରେ ବିଭିନ୍ନ ପ୍ରକାରର ଫ୍ଲେବୋନୋଡ଼ସ ରହିଛି ,ଯେପରିକି ଅଣ୍ଟିଆକ୍ସିଡେଣ୍ଟ ,ଆଣ୍ଟିଇନ୍ଫ୍ଲମେଟୋରି ,ଆଣ୍ଟିବ୍ୟାକ୍ଟେରିଆ ଯାହା ମୁଖ୍ୟତଃ ଭାବେ କାର୍ଡିଓ ପ୍ରୋଟେକ୍ଟିଭ ଭାବେ କାମ କରିଥାଏ l ବିଶେଷଜ୍ଞ ମାନଙ୍କ ମତରେ କୁନ୍ଦୁରି ହୃଦୟ ରୋଗର ମୁଖ୍ୟ କାରଣ ହୋଇଥିବା ଫ୍ରୀ-ରେଡ଼ିକ୍ଲସକୁ ମୂଳରୁ ନଷ୍ଟ କରେ l

* ସଂକ୍ରମଣରୁ ଦୁରେଇ ରଖେ -ଅଧିକାଂଶ ରୋଗ ବ୍ୟାପିବାର ମୁଖ୍ୟ କାରଣ ହେଉଛି ସଂକ୍ରମଣ l କିନ୍ତୁ କୁନ୍ଦୁରି ଖାଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ l ବିଶେଷଜ୍ଞ ମାନଙ୍କ ମତରେ କୁନ୍ଦୁରି ଆଣ୍ଟିବ୍ୟାକ୍ଟେରିଆ ହୋଇଥିବା ହେତୁ ସଂକ୍ରମଣକୁ ଅଟକାଇ ପାରିବ l ତେଣୁ କୁନ୍ଦୁରି ଖାଇବା ଆବଶ୍ୟକ l

* ନର୍ବସ ସିଷ୍ଟମକୁ ଠିକ ରଖେ – ଏକ ଗବେଷଣାରୁ ଜଣାପଡିଛି ଯେ ଅଣ୍ଟିଆକ୍ସିଡେଣ୍ଟ ନର୍ବସ ସିଷ୍ଟମ ସହିତ ଯୋଡି ହୋଇଥିବା ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ l ଅନ୍ୟ ଏକ ଅଧୟନ ଅନୁସାରେ କୁନ୍ଦୁରିରେ ଭିଟାମିନ-ସି ମିଳିଥାଏ ଯାହା ଅଣ୍ଟିଆକ୍ସିଡେଣ୍ଟ କାମ କରେ l ସେଥି ପାଇଁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ କୁନ୍ଦୁରି ଖାଇବା ଦ୍ୱାରା ନର୍ବସ ସିଷ୍ଟମ ଠିକ ରହିବ l

Har Ghar Tiranga

Leave A Reply