ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ରେ ଆଜିକାଲି ଆଧୁନିକ ଯୁଗର କୁମ୍ଭକର୍ଣ୍ଣ ବିଷୟରେ ଚର୍ଚ୍ଚା ଚାଲିଛି , ଯିଏ ବର୍ଷରେ ୩୦୦ଦିନ ଶୋଉଛନ୍ତି । ବାକି ଦିନ ଛୋଟ ମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।
ଏହା କୌଣସି ସାମାନ୍ୟ କଥା ନୁହେଁ । ଆଧୁନିକ ଯୁଗରେ ଏପରି ମଧ୍ୟ ହୋଇପାରେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି । ୪୨ ବର୍ଷୀୟ ପୁରୁଖା ରାମ୍ ଗୋଟିଏ ବିଶେଷ ରୋଗରେ ପୀଡ଼ିତ ଅଟନ୍ତି । ତାଙ୍କୁ ସମସ୍ତେ ଆଧୁନିକ ଯୁଗର କୁମ୍ଭକର୍ଣ୍ଣ କହୁଛନ୍ତି । ଏପରିକି ସେ ନିଜର ନିତ୍ୟ କର୍ମ ମଧ୍ୟ ନିଦରେ କରନ୍ତି ।
ସେ ବେଳେ ବର୍ଷକୁ ୩୦୦ ଦିନ ମଧ୍ୟ ସୋଇ ଥାଆନ୍ତି । ତାଙ୍କର ଗାଧୁଆ ଖିଆ ପିଆ ସବୁକିଛି ନିଦରେ ହୋଇଥାଏ । ତାଙ୍କ ଗ୍ରାମରେ ନିଜର ଗୋଟିଏ ତେଜରାତି ଦୋକାନ ରହିଛି । ତାଙ୍କର ଏହି ରୋଗ ୨୦୧୫ ରେ ଆରମ୍ଭ ହୋଇଥିଲା । ସେ ଗୋଟିଏ ଦିନରେ ପ୍ରାୟ ୧୮ ଘଣ୍ଟା ଶୋଇ ଥାଆନ୍ତି ।
ସେ ଥରେ ଶୋଇବା ପରେ ତାଙ୍କୁ ଉଠାଇବା କଷ୍ଟକର ହୋଇଯାଏ । ତାଙ୍କର ସମ୍ପର୍କୀୟ ମାନେ ତାଙ୍କୁ ନିଦରେ ଖୁଆଇ ଥାଆନ୍ତି ଓ ଯେତେବେଳେ ତାଙ୍କୁ ପରିସ୍ରା ଲାଗେ ସେ ନିଦରେ ବାଉଳେଇ ହୁଅନ୍ତି । ଏହାପରେ ତାଙ୍କ ପ୍ରିୟଜନ ତାଙ୍କୁ ନିଦରେ ପରିସ୍ରା ନିଅନ୍ତି । ତାଙ୍କ ଘର ଲୋକ କହିଛନ୍ତି ଥରେ ସେ ଶୋଇଲେ ୨୫ଦିନ ପର୍ଯ୍ୟନ୍ତ ମଧ୍ୟ ଉଠି ନଥାଆନ୍ତି ।
ଡ଼ାକ୍ତରଙ୍କୁ ଏହା ପଚରା ଯିବାରୁ ସେ ଏହାକୁ ହାଇପରସୋମନିୟା ବୋଲି କହିଛନ୍ତି ।
Comments are closed.