Odisha news

କୁଲାଡ଼ର ପ୍ରସିଦ୍ଧ ମା କାଳୀ ଙ୍କ ଦଣ୍ଡ ଯାତ୍ରା ଆରମ୍ଭ

0
କୁଲାଡ଼ : ଗଞ୍ଜାମ ଜିଲ୍ଲାର କୁଲାଡ ଠାର ଚଳିତ ବର୍ଷର ପ୍ରସିଦ୍ଧ ତେର ଦିନିକିଆ ମା କାଳୀ ଙ୍କ ଦଣ୍ଡ ଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହୋଇଅଛି,  ଏହି ଉପଲକ୍ଷେ ସ୍ଥାନୀୟ ପୁଷ୍କରିଣୀ ତଟରେ ବହୁ ଶ୍ରଦ୍ଧାଳୁ ଭକ୍ତ ଓ ମାନସିକ ଧାରୀ ଉପସ୍ଥିତ ରହି ମା’ଙ୍କୁ ପୂଜାର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରିଥଲେ, ତା ପର ଦିନ ମାଆ କାଳୀ ଙ୍କୁ ବିଭିନ୍ନ ପ୍ରକାରର ବାଜା ବାଜଣା କରି ମାନସିକ ଧାରୀ ଭକ୍ତ ମାନେ ନିକଟସ୍ଥ ଧନଞ୍ଜୟ  ପୁର ଶାସନରେ ଵିଜେ ଵରାଳ ବାଲୁଙ୍କେଶ୍ୱର ସ୍ବାମୀଙ୍କ ପୀଠକୁ ଆସି ପୂଜାର୍ଚ୍ଚନା କରିବା ପରେ ଦଣ୍ଡଯାତ୍ରା ପର୍ବ  ଆରମ୍ଧ ହେଇଥିଲା, ଏହି ଯାତ୍ରା ରେ, ମାନସିକ ଧାରୀ ଦଣ୍ଡୁଆ ମାନେ ଦୀର୍ଘ ତେର  ଦିନ ବ୍ୟାପି ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ପ୍ରକାରର ଦଣ୍ଡ ଖେଳିଥାନ୍ତି, ଏହି ଅବସରରେ ରାତ୍ର କାଳରେ  କଳାକାରଙ୍କ ଦ୍ଵାରା ” କିଏ ପୋଛିଦେବ ମୋ ଆଖିର ଲୁହ” ନାଟକ ମଞ୍ଚସ୍ଥ   ହେଉଅଛି
Nalco
Leave A Reply