Odisha news

ବ୍ରାହ୍ମଣ ପୁରୋହିତ ମାନଙ୍କୁ ସରକାରଙ୍କ ସହାୟତା ଦାବି

0
ବ୍ରହ୍ମପୁର :  କୁକୁଡାଖଣ୍ଡି ଵ୍ଳକ ଅନ୍ତର୍ଗତ ମା  ମହୁରୀକାଳୁଆ ପୀଠରେ  ଗଂଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ସଭାପତି ଶ୍ରୀ ଉମାବଲ୍ଲଭ ଦାଶଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମିତି ର ଉପଦେଷ୍ଟା ଶ୍ରୀ ନାରାୟଣ ରଥ ଙ୍କ ଦ୍ବାରା ମାଙ୍କ ନିକଟରେ ପ୍ରଥମେ ଦୀପ ପ୍ରଜ୍ଜଳନ କରାଯାଇଥିଲା । ମହାଦେବ କାଳେଶ୍ବର ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ବୈଠକରେ ବ୍ରାହ୍ମଣ ମାନଙ୍କ ପ୍ରତି ସରକାରଙ୍କ ଵୈମାତୃକ ମନୋଭାବ ନେଇ ଆଗାମୀ ଦିନରେ ଦାଵି ଉପସ୍ଥାପନ କରାଯିବା ନେଇ ଆଲୋଚନା କରାଯାଇଥିଲା । ଗଂଜାମ ଜିଲ୍ଲାରେ ଥିବା ସମସ୍ତ ଗ୍ରାମରେ ପୁରୋହିତ ବ୍ରାହ୍ମଣ ମାନଙ୍କ ସହ  ମଧ୍ୟରେ ଏକତା ,  ସଦଭାଵ , ଭାଇଚାର ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା ଏକ ରିଲିଫ ଫଣ୍ଟ ସମିତି ପକ୍ଷରୁ କରାଯାଇ  ଗରିବ ଵ୍ରାହ୍ମଣ ମାନଙ୍କୁ ଦିଆଯିବ , ତାସହ ଗରିଵ ବ୍ରାହ୍ମଣ ପିଲାମାନଙ୍କୁ ବ୍ରତୋପନୟନ କରିବାଆଲୋଚନା କରିଥିଲେ। ତାସହିତ ଖଟିଆ ରାମଚନ୍ଦ୍ରପୁର ଗ୍ରାମର ଜ୍ୟୋତିଷ ଶ୍ରୀ ବଟକୃଷ୍ଣ ତ୍ରିପାଠୀ ଙ୍କ ଦେହାନ୍ତ କୁ ନେଇ ଏକ ଶୋକସଭା , ଓ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ତଥା ପଣ୍ଡିତ    ନୀଳମାଧବ ତ୍ରିପାଠୀ , ଅପୂର୍ବ ଆଚାର୍ଯ୍ୟ , ଯଜ୍ଞ ରଥ ସନ୍ତୋଷ କର, ଵିଭୁନନ୍ଦନ ପଣ୍ଡା , ଟୁଟୁ ରଥ ସମେତ ଆଖପାଖ ଅଞ୍ଚଳର ଵହୁ ବ୍ରାହ୍ମଣ ପୁରୋହିତ ଉପସ୍ଥିତ ଥିଲେ ।
IEC 2 years
Leave A Reply