କୁଜଙ୍ଗ : କୁଜଙ୍ଗ ସଚେତନ ନାଗରିକ ସଙ୍ଘ ପକ୍ଷରୁ ଆଜି ଅପରାହ୍ନରେ କୁଜଙ୍ଗସ୍ଥିତ ହନୁମାନ ମନ୍ଦିର ପରିସର ମଧ୍ୟରେ ଭାରତ-ଚାଇନା ସୀମାରେ ସହୀଦ ହୋଇଥିବା ୨୦ଜଣ ଅମର ଯବାନଙ୍କପାଇଁ ଆଜି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କବି ନୀରଞ୍ଜନ ରାଉତ, ଗୀତା ଦାସ ପ୍ରାରମ୍ଭରେ କବିତା ଜରିଆରେ ସହୀଦ ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ୨୦ଜଣ ବୀରସହୀଦ ବିଶେଷଭାବେ ଓଡ଼ିଶାର ଦୁଇଜଣ ବୀର ସନ୍ତାନ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ, ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ବୀରତ୍ୱ ତଥା ଦେଶମାତ୍ୟକାପାଇଁ ସେମାନଙ୍କ ବଳୀଦାନ ସମ୍ପର୍କରେ ଉପସ୍ଥିତ ବକ୍ତାମାନେ ଆଲୋକପାତ କରିଥିଲେ ।
ପରେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ସହୀଦ ଅମର ରହେ ଧ୍ୱନୀ ଦେଇ ବଜାର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମଂଚର ସମ୍ପାଦକ ଗଣସଙ୍ଗଠକ ବାବୁରାମ ଚୋ÷ଧୁରୀ ପରିଚାଳନା କରିଥିବାବେଳେ ଅନଙ୍ଗ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମହାନ୍ତି, ନୀରଞ୍ଜନ ରାଉତ, ଜୀବନାନନ୍ଦ ଅଧିକାରୀ, ଅକ୍ଷୟ କୁମାର ରାଉତ, ବିଜୟ ଖଟେଇ, ନୂତନ ଚନ୍ଦ୍ର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ଦାସ, ସୁବାଷ ସାମନ୍ତରାୟ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗୀତା ଦାସ, ଶଙ୍କର ଦାସ, ନାରାୟଣ ମଲ୍ଲିକ, ବିଭୂତିଭୂଷଣ ଦାସ, ବଂଶୀଧର ଦାସ ଅଧିକାରୀ, ଦୁଷ୍ମନ୍ତ ମାଝୀ,ରଞ୍ଜିତ କୁମାର ପଣ୍ଡା, କାର୍ତିକେୟ ପଣ୍ଡା ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ପ୍ରଦାନକରି ଚୀନର ସମସ୍ତ ସମାର୍ଗ୍ରୀକୁ ବର୍ଜ୍ଜନ କରିବାକୁ ଶପଥ ଗ୍ରହଣ କରିଥିଲେ । ପରେ ଏକ ନୀରବ ଶୋଭଯାତ୍ରା ବଜାର ପରିକ୍ରମା କରିଥିଲା ।