କୁଆଖିଆ ୧୬/୫: ବୁଣାକାର ମାନଙ୍କର କରୋନାରେ ପ୍ରଭୁତଃ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର ଓ ବୟନ ଶିଳ୍ପ ବିଭାଗ ସହାୟତା ଦେବାକୁ ବୁଣାକାର ସମାଜ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଠି ଆକର୍ଷଣ କରିଛନ୍ତି । ଲକଡାଉନ ସଡାଉନ ଫଳରେ ବୁଣାକାର ମାନେ ଘର ଭିତରେ ସାମାଜିକ ଦୂରାକୁ ବଜାଇ ରଖି ପାଖରେ ଥିବା କଂଚା ମାଲ କୁ ନେଇ ୧୫ ଦିନ ହେବ ତନ୍ତ ଲୁଗା ସାମଗ୍ରୀ ବୁଣିଥିଲେ ଏବେ ସେ ମାନେ ଅଭାବ ଅସୁବିଧାରେ ରହିଛନ୍ତି ।
ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବୁଣାକାର ମାନଙ୍କୁ ପ୍ରାଥମିକ ବୁଣାକାର ସମବାୟ ସମିତି ଜରିଆରେ ସହାୟତା ଘୋଷଣା, ବୁଣାକାରଙ୍କ ପାଇଁ ସୂତନ୍ତ୍ର ବିଭିନ୍ନ ପ୍ରକାର ସହାୟତା ପ୍ୟାକେଜ, ପ୍ରାଥମିକ ବୁଣାକାର ସମବାୟ ସମିତି ଓ ସ୍ୱଂୟସହାୟତ ଗୋଷ୍ଠି ପାଖରେ ଗଛିତ ଥିବା ଲୁଗା ସବୁ ନେଇ ଆବଶ୍ୟକୀୟ କଂଚାମାଲ ଯୋଗାଣ କରିବା ପାଇଁ ବୟନିକା,ସେରିଫେଡ୍, ଉକôଳିକା,ସମ୍ବଲପୁରୀ ବସ୍ଥ୍ରାଳୟ, ଫାବଇଣ୍ଡିିଆ ଓ ଅନ୍ୟାନ୍ୟ ବୟନ ଶିଳ୍ପ ହସ୍ତତନ୍ତ ସଂସ୍ଥା ମାନଙ୍କୁ ତୁରନ୍ତ ନିର୍ଦେଶ ଦିଆଯାଉ ଲୁଗାର ମୁଲ୍ୟ ବାବଦକୁ ପ୍ରତିଶତ ହିସାବରେ କଂଚାମାଲ ଓ କପଡା ପ୍ରସ୍ତୁତି ଖର୍ଚ ପ୍ରଦାନ କରାଯିବାକୁ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଠି ଆକର୍ଷଣ କରାଯାଇଛି ।
ସେଥିପାଇଁ ବୁଣାକାର ସମାଜ ପକ୍ଷରୁ ମକର ଧ୍ୱଜ ଗୁଇଁ,ରମେଶ ଚନ୍ଦ୍ର ଦାସ,ନାରାୟଣ ଗୁଇଁ,ଗଗନ ଗୁଇଁ, ସୂର୍ଯ୍ୟମଣି ଚାନ୍ଦ,ଜଗନ୍ନାଥ ଗୁଇଁ,ମନୋରମା ଗୁଇଁ ମାଳତି ଦତ ପ୍ରମୁଖ ବହୁ ବୁଣାକାରଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି । ବୁଣାକାର ସମାଜ ସମୁଖୀନ ହେଉଥିବା ଅସୁବିିଧା ଦୁରପାଇଁ ରାଜ୍ୟ ସରକାର ଏବଂ ନିଦେ୍ର୍ଦଶକ ତୁରନ୍ତ ଦୃଷ୍ଟି ଦେଇ ବୁଣାକାର ମାନଙ୍କୂ ସହାୟତା ଯୋଗାଇଦେବାକୁ ଦାବି କରିଥିଳେ ।