କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଯାବରା ପଂଚାୟତ ଶୁକଦେଇପୁର ଗ୍ରାମର ସମାଜ ସେବା ସଂଗଠନ ଗ୍ରାମାଂଚଳ ସାମାଜିକ ସଶକ୍ତି କରଣ ସଂଗଠନ ପକ୍ଷରୁ ସମ୍ପାଦକ କଳାକାର ବାରିକଙ୍କ ତତ୍ୱାବଧାନରେ କୁଆଖିଆ ଥାନାର ସମସ୍ତ କର୍ମଚାରୀ ଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧନା ଦିଆ ଯାଇଛି । ସଭାପତି ସୁବ୍ରତ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଓ ତାଙ୍କ ସହଯୋଗି ୫ ଜଣ ଏସଆଇ ଜଣେ ଏଏସଆଇ ଓ ୮ ଜଣ କନେଷ୍ଟବଳ ଙ୍କୁ କରୋନା ଯୋଦ୍ଧା ଭାବରେ ତାଙ୍କର ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ଏଥିରେ ସଂଗଠନର ବରିଷ୍ଠ ସଭ୍ୟ ସୁକାନ୍ତ କୁମାର ନାୟକ,କୋଷାଧ୍ୟକ୍ଷ ପ୍ରଦିପ ମହାନ୍ତି,ବିଜୟ ପୃଷ୍ଟି,ଭାଗିରଥି ପୁରୀ,କାଳନ୍ଦି ପୃଷ୍ଟି ,ରାମଚନ୍ଦ୍ର ଦାସ.ଗୋପିନାଥ ମଲ୍ଲିକ,ଦିଲ୍ଲୀପ କୁମାର ସେଠି, ଅକ୍ଷୟ କାଣ୍ଡି ପ୍ରମୁଖ ସମସ୍ତ ସଭ୍ୟ ଯୋଗଦେଇ କୁଆଖିଆ ଥାନାର ସମସ୍ତ କର୍ମଚାରୀଙ୍କୁ ମାନପତ୍ର ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାଛଡା ଏହି ସଂଗଠନ ବିଭିନ୍ନ ଦିନରେ ଗ୍ରାମାଂଚଳରେ ସେବା ଓ ପରୋଉପକାର କରି ଜନ ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛି
