Odisha news

ବନ୍ୟା କ୍ଷତି ଗ୍ରସ୍ଥଙ୍କୁ ରିଲିଫ ବଂଟନ

0

କୁଆଖିଆ : ଲଗାଣ ବର୍ଷା ଓ ବନ୍ୟା ଫଳରେ ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଂଚାୟତ କୁଣ୍ଡପାଟଣା ଆଦି ଅଂଚଳରଚାଷୀ ଓ ଜନ ସାଧାରଣ ହଇରାଣ ହରକତ ହୋଇଥିଲେ । ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ବଂଟନ କରିବାକୁ ନିଦେ୍ର୍ଦଶ ମିଳିବା ପରେ ପଂଚାୟତ ସରପଂଚ କୈଳାଶ ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ଜନ ସାଧାରଣଙ୍କୁ ରିଲିଫ ବଂଟନ କରାଯାଇଛି ।

ପଂଚାୟତର ୭୬୬ ପରିବାରଙ୍କୁ ୫୦ କେଜି ଚାଉଳ ସହ ୫ ଶହଟଙ୍କା ଦିଆ ଯାଇଛି । ଏହି ବଂଟନ କାର୍ଯ୍ୟରେ ଅନ୍ନପୂର୍ଣ୍ଣା କୁଣ୍ଡୁ , ରମେଶ ,ସାହୁ,ବିକାଶ ନାୟକ,ହରିହର ସାହୁୁ, ବିକାଶ ସାହୁ ,ଝଟକ ମହାରଣା ବିନୋଦ ପୃଷ୍ଟି,ବିଜୟ ବେହେରା ,ରବିନ୍ଦ୍ର ସାହୁ,ନରେଶ ସାହୁ,ବିଶ୍ୱନାଥ ସାହୁ,ଅଶୋକ ଦାସ ,ମଂଜୁ ଦାସ ,ବୈକୁଣ୍ଠ ବରାଳ,ତାପସ ଜେନା,ରସ୍ମିତା ଜେନା,ହରିହର ସାହୁ, ପ୍ରମୁଖ ସହଯୋଗ କରିଥିଲେ ।

Nalco
Leave A Reply