Odisha news

ଘାଇ ଯୋଗୁ ମାଁ ମଙ୍ଗଳା ମହିଳା ତନ୍ତୁବାୟ ସମିତିର କ୍ଷୟକ୍ଷତି

0

କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଦେଇ ବହି ଯାଇଥିବା ବ୍ରାହ୍ମଣୀ ରେ ବନ୍ୟା ଆସି ବିଭିନ୍ନ ସ୍ଥାନରେ ଘାଇ କରିବା ଫଳରେ ବୁଣାକାରଙ୍କର ପ୍ରଭୁତ କ୍ଷତି ହୋଇଛି । ରସୁଲପୁର ବ୍ଲକର ପ୍ରଥମାଖଣ୍ଡ ପଂଚାୟତ ଗୋପାଳପୁର ଠାରେ ଘାଇ ହେବା ଓ ଲଘୁଚାପ ବର୍ଷା ଫଳରେ ସମଗ୍ର ପଂଚାୟତର ବିଭିନ୍ନ ଗ୍ରାମରେ ପାଣି ପଶି ୧୫ ଦିନ ହେବ ବୁଣାକାରଙ୍କର ପ୍ରଭୁତ କ୍ଷତି କରିଛି ।

ବିଭିନ୍ନ ତନ୍ତୁବାୟ ସମିତି ଯଥା ମାଁ ମଙ୍ଗଳା ମହିଳା ତନ୍ତୁବାୟ ସହଯୋଗ ସମିତିରେ ପାଣି ପଶି ତାଙ୍କର ଗଛିତ ଲୁଗା ଯୋଡ ଟସର ପାଟ ,ଶାଢୀ ଆଦି କ୍ଷତି ଗ୍ରସ୍ତ ହେବା ସହ ପାଣି ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଟସର ସୂତା ସାଢୀ ବେଡସିଡ ନଷ୍ଟ ହୋଇଛି । ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସମ୍ପାଦିକା ନିରୁପମା ଦାସ ଜଣାଇଛନ୍ତି ।

Leave A Reply