Odisha news

ଓଜନ ବଢ଼ାଇବେ କୃତୀ

0

କୃତି ସାନନ୍‌ ନିଜ କ୍ୟାରିୟରରେ ପ୍ରଥମ ଥର ଭିନ୍ନ ଏକ ଭୂମିକା ନିଭାଇବାକୁ ଯାଉଛନ୍ତି । ସର୍ବଦା ସ୍ଲିମ୍‌-ଟ୍ରିମ୍‌ ଲୁକ୍‌ରେ ନଜର ଆସୁଥିବା କୃତି ଅପ୍‌କମିଙ୍ଗ୍‌ ଫିଲ୍ମ ‘ମିମୀ’ ପାଇଁ ୧୫ କିଲୋ ଓଜନ ବଢ଼ାଇବେ । ସେ ସରୋଗେଟ୍‌ ମଦର ଭୂମିକାରେ ନଜର ଆସିବେ । କୃତି କହିଛନ୍ତି, ‘ମୋ ପାଇଁ ଏତେ ଓଜନ ବଢ଼ାଇବା ବାସ୍ତବରେ ଏକ ଚାଲେଞ୍ଜ୍‌ । ହେଲେ ଏହି ପରିବର୍ତ୍ତନ ପାଇଁ ମୁଁ ଉତ୍ସାହିତ । ଏହା ମଧ୍ୟରେ ମୁଁ ଅନ୍ୟ କୌଣସି କାମ କରିବିନି ।’ ଏହି ଫିଲ୍ମ ପାଇଁ କୃତି ହେଭି ଡାଏଟ୍‌ ଆରମ୍ଭ କରିଦେଇଛନ୍ତି । ସେ ଡାଏଟରେ ପନିର୍‌, ମିଠା, ଘିଅ, ଜଙ୍କ୍‌ ଫୁଡ୍‌, ଆଳୁ ଓ ତୈଳୀୟ ଖାଦ୍ୟ ସାମିଲ କରିଛନ୍ତି । ଡାଏଟ୍‌ ଚାଟ୍‌ ଫଲୋ କରୁଥିବା କୃତିଙ୍କୁ ଏବେ ସବୁ ଖାଇବାକୁ ଅନୁମତି ମିଳିଛି । ୧୫ କିଲୋ ଓଜନ ବଢ଼ାଇବା ପାଇଁ କିଛି ମାସ ପର୍ଯ୍ୟନ୍ତ ଅଧିକ ଖାଦ୍ୟ ଓ କ୍ୟାଲୋରି ଖାଇବାକୁ ହେବ । ବେଳେ ବେଳେ ଭୋକ ନ ଥିଲେ ବି ଖାଇବାକୁ ପଡ଼ିବ ।

Leave A Reply