Odisha news

ଭଗବାନ କୃଷ୍ଣଙ୍କ ପ୍ରେମରେ ପଡ଼ିଥିଲେ କ୍ରୁର ମୋଗଲ ଶାସକଙ୍କ କନ୍ୟା, ଯାହା ଜାଣିବା ପରେ ଦେଇଥିଲେ କଠୋର ଦଣ୍ଡ

0
ସାହାଜାହାନ ଓ ମୁମତାଜ ଙ୍କ ପ୍ରେମ କାହାଣୀ ସମସ୍ତେ ଜାଣିଛନ୍ତି , ଏହି ଦୁହିଁଙ୍କର ଷଷ୍ଠ ସନ୍ତାନ ଓ ତୃତୀୟ ପୁଅ ଔରଙ୍ଗଜେବ ଗୋଟିଏ କୃର ମୋଗଲ ଶାସକ ଥିଲେ ଏହା ସମସ୍ତେ ଜାଣିଛନ୍ତି l ଔରଙ୍ଗଜେବ ଙ୍କ ଝିଅ ଜୈବୁନିଷା ଙ୍କୁ ପିତାଙ୍କ ବିନା ଅନୁମତିରେ ପ୍ରେମ କରିବା ଭାରି ପଡିଥିଲା ଓ ଶେଷରେ ଦିଲ୍ଲୀ ର ସଲିମ ଗଡ କିଲ୍ଲାରେ ୨୦ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ରହିବା ପରେ ନିଜର ପ୍ରାଣ ତ୍ୟାଗ କରିଥିଲେ l ୱେଇତିହାସିକ ମାନଙ୍କ ମତରେ ସେ ୨୦ ବର୍ଷ ପର୍ଯ୍ୟନ୍ତ ସେହି କିଲ୍ଲା ରେ ବନ୍ଦୀ ରହିଥିଲେ ଓ ସେରୋ ସାୟରି କରି ବଂଚିଥିଲେ l ୧୭୦୭ ବେଳକୁ ବିଭିନ୍ନ ଯନ୍ତ୍ରଣା କାରଣରୁ ନିଜର ଜୀବନ ହାରି ଦେଇଥିଲେ, କିନ୍ତୁ ମାରିବା ପୂର୍ବରୁ କୃଷ୍ଣ ଭକ୍ତ ଭାବରେ ପରିଚିତ ହୋଇଥିଲେ l
ଐତିହାସିକ ମାନଙ୍କ ମତରେ ଜୈବୁନିଷା ଗୋଟିଏ କାର୍ଯ୍ୟକ୍ରମ ରେ ବୁନ୍ଦେଲ ଗଡ ରାଜା ଛତ୍ରଶାଳ ଙ୍କୁ ଦେଖିଥିଲେ ଓ ତାଙ୍କ ପ୍ରେମରେ ପଡି ଯାଇଥିଲେ l ରାଜା ଛତ୍ର ଶାଳ ଙ୍କୁ ଔରଙ୍ଗଜେବ ତାର ବଡ ଶତ୍ରୁ ବୋଲି ଭାବୁଥିଲା l ଏହାପରେ ଔରଙ୍ଗଜେବ ଜୈବୁନିଷା କୁ ଖୁବ ନିର୍ଯ୍ୟାତନା ଦେଇଥିଲା l ଏହାପରେ ଜୈବୁନିଷା ମରାଠା ବୀର ଛତ୍ରପତି ଶିବାଜୀ ଙ୍କୁ ପ୍ରେମ କରିବାକୁ ଲାଗିଥିଲେ l ସେ ଛତ୍ରପତି ଶିବାଜୀ ଙ୍କୁ ଆଗ୍ରା ରେ ଦେଖିଥିଲେ ଓ ତାଙ୍କ ବୀରତ୍ୱ ଦେଖି ତାଙ୍କ ପ୍ରେମରେ ପଡିଗଲେ l ଏହାପରେ ସେ ନିଜର ପ୍ରେମ ବାର୍ତା ଶିବାଜୀ ଙ୍କ ପର୍ଯ୍ୟନ୍ତ ପଠାଇ ଥିଲେ, କିନ୍ତୁ ଶିବାଜୀ ତାଙ୍କ ପ୍ରସ୍ତାବ କୁ ମନା କରିଦେଇ ଥିଲେ l ୨ଥର ପ୍ରେମ ରେ ଅସଫଳ ହେବା ପରେ ଜୈବୁନିଷା ସାୟରି କରିବାକୁ ଲାଗିଲେ l ଏହାପରେ ସେ ବିଭିନ୍ନ ମୁସଲମାନ ସାୟରି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କଲେ l ଏହି ସମୟରେ ଜୈବୁନିଷା ଙ୍କ ସାକ୍ଷାତ ଜଣେ ଗୀତିକାର ବା ସାୟର ଅକିଲ ଖାଁ ସହିତ ହୋଇଥିଲା l ଏହାପରେ ଉଭୟ ଉଭୟଙ୍କୁ ପ୍ରେମ କରି ବସିଲେ l
ଏହି ଖବର ଔରଙ୍ଗଜେବ କାନରେ ପଡିଲା ଯାହାକୁ ସେ ବରଦାସ୍ତ କରି ପାରିଲା ନାହିଁ l ଏହାପରେ ୧୬୯୧ ରେ ଦିଲ୍ଲୀ ସ୍ଥିତ ସଲିମଗଡ଼ କିଲ୍ଲାରେ ବନ୍ଦୀ କରି ରଖିଲା ଓ ଅକିଲ ଖାଁ କୁ ହାତୀ ଦ୍ୱାରା ଆକ୍ରମଣ କରାଇ ହତ୍ୟା କରିଦେଲା l ବନ୍ଦୀ ରହିଥିବା ସମୟରେ ଜୈବୁନିଷା ୫ ହଜାର ରୁ ଉର୍ଧ୍ଵ କବିତା, ଗଜଲ ଓ ସାୟରି ରଚନା କରିଥିଲେ l
ଔରଙ୍ଗଜେବ ର ହିନ୍ଦୁ ମାନଙ୍କ ପ୍ରତି ଘୃଣା କୁ ଦେଖି ଜୈବୁନିଷା ବନ୍ଦୀ ଥିବା ସମୟରେ ବିଦ୍ରୋହ କରି କୃଷ୍ଣଙ୍କୁ ଆପଣାଇ ନେଇଥିଲେ ଓ କୃଷ୍ଣ ପ୍ରେମ ରେ ଲୀନ ହୋଇଗଲେ l ମୋଗଲ ସମାଜ ରେ ଜୈବୁନିଷା ଙ୍କ ସ୍ଥାନ ମୀରାବାଈ ଙ୍କ ସହିତ ସମାନ କରାଯାଇଛି l ଜୈବୁନିଷା ଙ୍କ କବିତା ଫ୍ରେଞ୍ଚ,ଆରବୀ , ଇଂରାଜୀ ସହିତ ଅନେକ ବିଦେଶୀ ଭାଷାରେ ଅନୁବାଦ ହୋଇଛି ” ଐତିହାସିକ ମାନଙ୍କ ମତରେ ସଲିମ ଗଡ଼ କିଲ୍ଲା ଯେଉଁଠି ଜୈବୁ ନିଶା ଙ୍କୁ ବନ୍ଦୀ କରାଯାଇ ଥିଲା , ସେଠାରୁ ଅଦ୍ଭୁତ ଅଦ୍ଭୁତ ଭୟଙ୍କର ଶବ୍ଦ ଆସିଥାଏ l

Leave A Reply