କୋଠପଦା :ମାହାଙ୍ଗା ତହସିଲ ଚାହାପଡା ପଞ୍ଚାୟତ ଅନ୍ତର୍ଗତ ଜହଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । ଖବରୁ ପ୍ରକାଶ,ଚାହାପଡା ପଞ୍ଚାୟତ ଜହଳ ଗ୍ରାମର ରାମଚନ୍ଦ୍ର ମହାରଣା,ଲକ୍ଷ୍ମୀଧର ମହାରଣା,ଭରତ ଚନ୍ଦ୍ର ମହାରଣାଙ୍କ ପରିବାର ସମେତ ଘରେ ଶୋଇଥିବା ସମୟରେ ଘର ଜଳି ଯାଉଥିବା ଜାଣିପାରି ଜୀବନ ବିକଳରେ ବାହାରକୁ ବାହାରି ଯାଇଥିଲେ ।
ତେବେ ଘରର ଲକ୍ଷାଧି ଟଙ୍କାର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି । ଖବର ପାଇ କୁଆଁପଳରୁ ଅଗ୍ନିଶମ ସେବା ବାହିନୀ ଘଟଣା ସ୍ଥଳରେ ପହଞ୍ଚô ନିଅାଁକୁ ଆୟତ କରିଥିଲେ ମଧ୍ୟ ଘର ଅନ୍ୟ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି ।
ତେବେ ଗୁହାଳରେ ଦିଆଯାଇଥିବା ଧୁଅାଁରୁ ଏଭଳି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ସରପଞ୍ଚ ପ୍ରତିନିଧି ପ୍ରକାଶ ରାଉତ,ସମିତି ସଭ୍ୟ ପ୍ରତିନିଧି ପ୍ରମୋଦ ସ୍ୱାଇଁ,ପ୍ରାକ୍ତନ ସରପଞ୍ଚ ନିରଞ୍ଜନ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚô ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଆରଆଇ ଶଙ୍କର ପ୍ରଧାନ ବିପନ୍ନ ପରିବାରଙ୍କ କ୍ଷୟକ୍ଷେତି ଆକଳନ କରିଥିବା ବେଳେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି ।