Odisha news

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଛୁଇଁଲା

0

ନୂଆଦିଲ୍ଲୀ, ୪।୩ : ଦେଶ ପାଇଁ ଚିନ୍ତା ବଢ଼ାଇଲା କରୋନା ଭାଇରସ । ସୋମବାର ଦୁଇ ଜଣ କରୋନାରେ ଶିକାର ହୋଇଥିବା ବେଳେ ମଙ୍ଗଳବାର ୬ ଜଣ ଉତ୍ତର ପ୍ରଦେଶରେ ଏବଂ ବୁଧବାର ସୁଦ୍ଧା ଏହି କରୋନା ରୋଗୀଙ୍କ ସଂଖ୍ୟା୨୮ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀର ପର୍ଯ୍ୟଟକ । ଭାରତ
ଗସ୍ତରେ ଆସିଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକଫର ହର୍ଷ ବର୍ଦ୍ଧନ ପ୍ରେସମିଟ୍‌ କରି ସମସ୍ତ ହସ୍ପିଟାଲକୁ ଅଲଗା ୱାର୍ଡର ବ୍ୟବସ୍ଥା କରିବା ପାଇଁ କହିଛନ୍ତି । ଗତକାଲି ଦିଲ୍ଲୀର ଏକ ହୋଟେଲରେ ଥିବା ଇଟାଲୀର ୧୬ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏବେ ଏମାନଙ୍କ ପାଖରେ କରୋନାର ଲକ୍ଷଣ ଥିବା ଚିହ୍ନଟ ହୋଇଛି । ଏସମସ୍ତଙ୍କୁ ଆଇଟିବିପି କ୍ୟାମ୍ପକୁ ମଙ୍ଗଳବାରଠାରୁ ପଠାଇ ଦିଆଯାଇଛି ।ଏହା ବ୍ୟତୀତ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟପଟେ କି;ୁ ଦିଲ୍ଲୀ ନୋଏଡାରେ କରୋନା ସନ୍ଦେହରେ ୬ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । ସମସ୍ତଙ୍କ ନମୁନାରେ କରୋନାରେ କୌଣସି ପ୍ରକାର ଲକ୍ଷଣ ନଥିବା ସ୍ପଷ୍ଟ ହୋଇଛି । ମଙ୍ଗଳବାର ପ୍ରଥମେ ରାଜସ୍ଥାନ ଜୟପୁରରେ ଜଣେ ୬୯ ବର୍ଷୀୟ ଇଟାଲୀ ପର୍ଯ୍ୟଟକଙ୍କ ନମୁନାରେ କରୋନା ଥିବା ସ୍ପଷ୍ଟ ହୋଇଥିଲା । ଏବେ ସେ ସାୱାଇ ମ୍ୟାନ୍‌ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply