Odisha news

ବାଲି ବୋଝେଇ ଟ୍ରାକ୍ଟର ଜବତ, ଜବତ ଗାଡିକୁ ଛାଡିଲେନାହିଁ ଗ୍ରାମବାସୀ, ତହସିଲଦାର ଓ ପୁଲିସ୍ ପହଁଚିବା ପରେ ଗ୍ରାମବାସୀଙ୍କ ଛତ୍ରଭଙ୍ଗ

0

କୋରେଇ ୦୬ା୦୭ : ବ୍ୟାସନଗର ତହସିଲ ଅଧୀନ ମଥୁରାପୁର ଓ ମୁକୁନ୍ଦପୁର ଗ୍ରାମ ନିକଟ ବୈତରଣୀ ନଦୀରୁ ଦୀର୍ଘଦିନ ଧରୀ ବେଧଡକ ବାଲି ଚୋରା ଚାଲାଣ ହେଉଛି । ଚୋରା ବାଲି ଚାଲାଣ ରୋକିବା ପାଇଁ ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନିଦେ୍ର୍ଦଶରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସମୟରେ ଉଭୟ ଘାଟ ଉପରେ ଚଢ଼ାଉ ଜାରୀ ରହିଥିବା ବେଳେ ଗତ ୪ ଦିନ ତଳେ ମୁକୁନ୍ଦପୁର ଘାଟ ଉପରେ ଚଡାଉ ବେଳେ ବାଲି ମାଫିଆ ରାଜସ୍ୱ କର୍ମଚାରୀ ମାନଙ୍କୁ ଗାଳି ଗୁଳଜ ସହ ଧମକ ଦେବାରୁ ଜନୈକ ମାଫିଆଙ୍କ ବିରୁଦ୍ଧରେ ତହସିଲ ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ ପରେ ସେହିଦିନ ଠାରୁ ଉକ୍ତ ଘାଟ ବନ୍ଦଥିବା ବେଳେ ଏବେ ମଥୁରାପୁର ଗ୍ରାମ ନିକଟରୁ ବେଆଇନ ବାଲି ଉଠାଉଥିବା ବେଳେ ଆଜି ଏହାକୁ ବନ୍ଦ କରିବା ପାଇଁ ରାଜସ୍ୱ କର୍ମଚାରୀ ମାନେ ଘାଟକୁ ଯାଇଥିବା ବେଳେ ସେଠାରୁ ୪ ଟି ଟ୍ରାକ୍ଟରକୁ ଜବତ କରିଥିଲେ । ଜବତ ଗାଡି ଗୁଡିକୁ ନ ଛାଡିବା ପାଇଁ ଗ୍ରାମବାସୀ ମାନେ ଜିଦ୍ ଧରିଥିବା ବେଳେ ଖବର ପାଇ ତହସିଲଦାର ଓ କୋରେଇ ପୁଲିସ୍ ଘଟଣା ସ୍ଥଳରେ ପହଁଚିବାକୁ ଦେଖି ଗ୍ରାମବାସୀ ମାନେ ଧିରେଧିରେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।

ପ୍ରକାଶ କି ମଥୁରାପୁର ନିକଟ ବୈତରଣୀ ନଦୀରୁ ନିୟମିତ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ବାଲି ଚୋରା ଚାଳାଣ କରାଯାଉଛି । ଏହାକୁ ବନ୍ଦ କରିବା ପାଇଁ ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନିଦେ୍ର୍ଦଶରେ କିଛି ଦିନ ତଳେ ତାରାକୋଟ ରାଜସ୍ୱନିରିକ୍ଷକ ଜେସିବି ଲଗାଇ ଏହି ଘାଟର ବାଟକୁ ତାଢିଦେବା ସହ ବାଲି ଉଠୁଥିବା ସ୍ଥାନକୁ ୧୪୪ ଧାରା ଜାରୀ କରିଥିଲେ । ଏହାକୁ ଭୃକ୍ଷେପ ନ କରି ମଥୁରାପୁର ଗ୍ରାମର କିଛି ଶ୍ରମିକ ଶ୍ରେଣୀର ଲୋକମାନେ ଏହିନାଳକୁ ବନ୍ଦକରି ବାଲି ଉଠାଇଥିଲେ । ବାଲି ଉଠୁଥିବା ଖବର ପାଇଁ ବ୍ୟାସନଗର ତହସିଲଦାରଙ୍କ ନିଦେ୍ର୍ଦଶରେ ତାରାକୋଟ ରାଜସ୍ୱନିରିକ୍ଷକ ସେବତୀ ବାନାରା, ଅତିରିକ୍ତ ରାଜସ୍ୱନିରିକ୍ଷକ ବାବୁଲା ସାମାଡ, ତୁଳତୀ ରାଜସ୍ୱନିରିକ୍ଷକ ରବିନାରାୟଣ ସାହୁ ପ୍ରମୁଖ ଏହି ବେଆଇନ ବାଲି ଘାଟକୁ ଯାଇଥିଲେ । ଏହି ସମୟରେ ବାଲିବୋଝେଇ କରି ଆସୁଥିବା ଟ୍ରାକ୍ଟର ନମ୍ବର (ଓଡି-୨୨-କିୟୁ-୬୫୮୯), (ଓଡ-୨୨-ଜେ-୩୬୮୫), ଓ (ଓଡି-୨୨-କିୟୁ-୮୯୭୮) କୁ ଜବତ କରି ଥିବା ବେଳେ ଅନ୍ୟଏକ ଟ୍ରାକ୍ଟର (ଓଡି-୨୨-ଏନ-୩୪୭୪) ସେଠାରୁ ଖସି ପଳାଇଥିଲା । ଜବତ ଟ୍ରାକ୍ଟର ଗୁଡିକୁ ଆଣୁଥିବା ବେଳେ ମଥୁରାପୁର ଗ୍ରାମର ଶତାଧିକ ପୁରଷ ଓ ମହିଳା ଜବତ ଟା୍ରକ୍ଟର ଗୁଡିକୁ ଛାଡିବେ ନାହିଁ ବୋଲି ଜିଦ୍ ଧରି ରାସ୍ତାରେ ବସିଥିଲେ ।

ଏ ସମ୍ପର୍କରେ ରାଜସ୍ୱନିରିକ୍ଷକ ତହସିଲଦାରଙ୍କୁ ଜଣାଇଥିଲେ । ତହସିଲଦାର ଘଟଣା ସମ୍ପର୍କରେ ଜାଣିବା ପରେ କୋରେଇ ଥାନାକୁ ଖବର ଦେଇଥିଲେ । ଉଭୟ ତହସିଲଦାର ଓ କୋରେଇ ପୁଲିସ୍ ଘଟଣା ସ୍ଥଳରେ ପହଁଚିବା ପରେ ପୁଲିସକୁ ଦେଖି କିଛି ଲୋକ ସେଠାରୁ ପଳାଇଥିବା ବେଳେ ଆଉକିଛି ଲୋକ ସେଠାରେ ବସିରହି ତହସିଲଦାରଙ୍କୁ ଆମ୍ଭେ କିପରି ଚଳିବୁ ଆମକୁ ବାଲି ଉଠାଇବା ପାଇଁ ଆଦେଶ ଦିଅନ୍ତୁ ବୋଲି ଅଭିଯୋଗ କରିବା ସହ ଜବତ ଗାଡି ଗୁଡିକୁ ଛାଡିଦେବା ପାଇଁ ଅଡି ବସିଥିଲେ । ତହସିଲଦାର ଶ୍ରୀ ମହାପାତ୍ର ସେମାନଙ୍କୁ ବୁଝାଇବା ପରେ ମଧ୍ୟ ଗାଡି ଗୁଡିକୁ ଛାଡି ନଥିଲେ । ଫଳରେ ତହସିଲଦାର ସେମାନଙ୍କୁ ଗିରଫ କରିବାକୁ ଧମକ ଦେବାରୁ ବସିଥିବା ଲୋକମାନେ ଭୟଭିତ ହୋଇ ସେଠାରୁ ଛତ୍ରଭଙ୍ଗ ଦେବା ପରେ ଜବତ ଗାଡି ଗୁଡିକୁ ସେଠାରୁ ଆଣି କୋରେଇ ଥାନାରେ ଜିମା ଦିଆଯାଇଥିବା ବେଳେ ସେଠାରୁ ଖସି ପଳାଇଥିବା ଗାଡି ମାଲିକଙ୍କ ଉପରେ କୋରେଇ ଥାନାରେ କେସ୍ କରାଯାଇଛି ବୋଲି ରାଜସ୍ୱନିରିକ୍ଷକ ଶ୍ରୀମତୀ ବାନାରା ସୂଚନା ଦେଇଛନ୍ତି ।

Nalco

Leave A Reply