Odisha news

ନିଜ ଦାୟୀତ୍ୱରୁ ଉର୍ଦ୍ଧରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା : କୋରେଣ୍ଟାଇନ କେନ୍ଦ୍ର, ଜିଲ୍ଲାର ଶ୍ରମିକଙ୍କୁ ଫେରାଇ ଆଣିବା ସରକାରଙ୍କ ପ୍ରଦୋତ୍ୱ ଗୁରୁ ଦାୟୀତ୍ୱ ସମ୍ପାଦନ କରିବା ସହ ଜୀବନ ମରଣ ସହ ସଂଘର୍ଷ କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଔଷଧ ଯୋଗାଇବା ଭଳି ଦାୟୀତ୍ୱ ସମ୍ପାଦନ

0

ରାୟଗଡା,୨୮ ।୪(Rabindra Patkhandal)- ନିଜ ଦାୟୀତ୍ୱକୁ ସୁଚାରୁ ରୁପେ ତୁଲାଇବା ସହ ତାଠୁ ଉର୍ଦ୍ଧରେ ପ୍ରତ୍ୟେକ ଲୋକଙ୍କ ସୁଖଦୁଖରେ ଭାଗିଦାରୀ ହେବାର ନିଦାନ ହେଉଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । କରୋନା ଭଳି ବିପତି ସମୟରେ ଲକ ଡ଼ାଉନ, ସାମାଜିକ ଦୂରତ. କୋରେଣ୍ଟାଇନ କେନ୍ଦ୍ର, ଜିଲ୍ଲାର ଶ୍ରମିକଙ୍କୁ ଫେରାଇ ଆଣିବା ସରକାରଙ୍କ ପ୍ରଦୋତ୍ୱ ଗୁରୁ ଦାୟୀତ୍ୱ ସମ୍ପାଦନ କରିବା ସହ ଜିଲ୍ଲାରେ ଥିବା ଲୋକଙ୍କ ସୁଖଦୁଖ ସହିତ ପ୍ରତ୍ୟେକ ରୁପେ ସେ ଯୋଡ଼ିହୋଇ ପଡିଛନ୍ତି । ଏପରିକି ଔଷଧ ନଥାର ଜୀବନ ମରଣ ସହ ସଂଘର୍ଷ କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଔଷଧ ଯୋଗାଇବା ଭଳି ଦାୟୀତ୍ୱ ସମ୍ପାଦନକରି ନିଜର ମଣିଷ ପଣିଆର ପରିଚୟ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ବେହେରା ।
କରୋନା ମହାମାରୀ ଯୋଗୁଁ ସାର ଭାରତ ଲକ ଡାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିଛି । ଏହା ଦ୍ୱାରା ଜନସାଧାରଣ କିଛିଟା ମାତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଔଷଧ ସ୍ଥାନୀୟ ଅଂଚଳରେ ମିଳୁ ନଥିବାରୁ ତାହା ବାହାରୁ ମଗାଇବାକୁ ପଡୁଛି । କିନ୍ତୁ ଲକ ଡାଉନ ଯୋଗୁଁ ତାହା ସମ୍ଭବପର ହୋଇପାରୁନାହିଁ । ରାୟଗଡା ସହରସ୍ଥିତ ଇନ୍ଦିରା ନଗରରେ ବସବାସ କରୁଥିବା ଜି.ରୋହିଦାସ (୭୭) ଦୀର୍ଘଦିନରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦ ଠାରେ ନିଜ ପୁଅ ପାଖରେ ଚିକିତ୍ସିତ ହେଉଥିଲେ । ଗତ ଫେବୃୟାରୀ ମାସରେ ଗୋଟିଏ ମାସର ଔଷଧ କିଣି ରାୟଗଡା ଫେରି ଆସିଥିଲେ ଶ୍ରୀରୋହିଦାସ । ଔଷଧ ସରିଯିବା ପରେ ପୁଅଙ୍କୁ ଔଷଧ ପଠାଇବା ପାଇଁ କହିଥିଲେ । ତେବେ ଲକ ଡାଉନ ଯୋଗୁଁ ସବୁ କୋରିଅର ସଂସ୍ଥା ବନ୍ଦ ରହିଥିବାରୁ ପୁଅ ଔଷଧ ପଠାଇପାରିଲେ ନାହିଁ । ଘଟଣା ସଂପର୍କରେ ଜି.ରୋହିଦାସ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ ବିଶାଖାପାଟଣାରୁ ଔଷଧର ବନେ୍ଦାବସ୍ତ କିର ଜି.ରୋହିଦାସଙ୍କୁ ପ୍ରଦାନ କରିଥିଲେ । ସେହିପରି ବିଷମକଟକ ବ୍ଲକ ଚାଟିକୋଣା ନିବାସୀ ଅକ୍ଷୟ ଲେଙ୍କା (୬୦) ହୃଦରୋଗ ପାଇଁ ଦିଲ୍ଲୀରେ ତାଙ୍କ ପୁଅ ପାଖରେ ରହି ଚିକିତ୍ସିତ ହେଉଥିଲେ । ଚାଟିକୋଣା ଫେରିବା ପରେ ପ୍ରତି ମାସରେ କୋରିଅର ମାଧ୍ୟମରେ ଔଷଧ ମଗାଉଥିଲେ ଶ୍ରୀଲେଙ୍କା । ତେବେ ଔଷଧର ବନେ୍ଦାବସ୍ତ ନ ହେବାରୁ ଶ୍ରୀଲେଙ୍କାଙ୍କ ପୁଅ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ବାପାଙ୍କ ନିମନ୍ତେ ଔଷଧର ବ୍ୟବସ୍ଥା କରିବା ପାଇଁ ଇ-ମେଲ ଯୋଗେ ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀବେହେରା ଆବଶ୍ୟକୀୟ ଔଷଧର ବନେ୍ଦାବସ୍ତ କରି ଶ୍ରୀଲେଙ୍କାଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଏପରି ମହନୀୟ କାର୍ଯ୍ୟ ପାଇଁ ଜି.ରୋହିଦାସ ଏବଂ ଅକ୍ଷୟ ଲେଙ୍କାଙ୍କ ପରିବାର ବର୍ଗ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଜିଲ୍ଲାପାଳଙ୍କ ମହାନ କାର୍ଯ୍ୟ ପାଇଁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply