Odisha news

ଜଗଦଲପୁର ଠାରୁ ଭୁବନେଶ୍ୱର  ନୂତନ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଭେଟିଲେ ବିଧାୟକ ବାହିନୀପତି।

0
ବୋରିଗୁମ୍ମା :କୋରାପୁଟ ଜିଲ୍ଲା ରୁ କେବଳ ଗୋଟିଏ ମାତ୍ର ଟ୍ରେନ ହୀରଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର କୁ ଯାଉଛି। ଏହି ହୀରଖଣ୍ଡ ଟ୍ରେନ ଉପରେ କୋରାପୁଟ ଜିଲ୍ଲା ସହ ପଡୋଶୀ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ର ଅଧିବାସୀ ନିର୍ଭର କରନ୍ତି। ବର୍ତ୍ତମାନ ହୀରଖଣ୍ଡ ଏକ୍ସପ୍ରେସ ଟି ଭୁବନେଶ୍ୱର ରୁ ପଡୋଶୀ ଛତିଶଗଡ଼ ରାଜ୍ୟର ଜଗଦଲପୁର କୁ ସଂଯୋଗ କରୁଛି।
ଏଣୁ ନୂତନ ଟ୍ରେନ ଜଗଦଲପୁର ଠାରୁ ଭୁବନେଶ୍ୱର କୁ ଦେବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି।କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଙ୍କୁ ବିଧାୟକ ଶ୍ରୀ ବାହିନୀପତି ଏକ ଚିଠି ପ୍ରଦାନ କରିଛନ୍ତି। ବିଧାୟକ ଙ୍କ ପତ୍ରାଙ୍କ ୬୬ / ୨୦୨୦ ରେ ସେ ଉଲ୍ଲେଖ କରିଛନ୍ତି ଯେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ।
ଏହି ତିନୋଟି ଜିଲ୍ଲା ରୁ ପ୍ରତିଦିନ ଭୁବନେଶ୍ୱର କୁ ୩୫ ଟି ଦୂରଗାମୀ ବେସରକାରୀ ବସ,୧୦ ଗୋଟି ସରକାର ବସ ଭୁବନେଶ୍ୱର କୁ ଯାଉଛି।ଲୋକେ ବସ ରେ ଯାତ୍ରା ଅଧିକ ବ୍ୟୟ ବହୁଳ ହେବା ସହ ଭୁବନେଶ୍ୱର ଯିବାକୁ ଅଧିକ ସମୟ ଲାଗୁଛି। ଏଣୁ ସକାଳ ସମୟରେ ଜଗଦଲପୁର ଠାରୁ ଭୁବନେଶ୍ୱର ଭାୟା ରାୟଗଡ଼ା ଓ ବିଜୟନଗର ଟ୍ରେନ ଚଳାଚଳ କଲେ ଛତିଶଗଡ଼ ସମେତ ଓଡ଼ିଶା ର  କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଆନ୍ଧ୍ର ର ଲୋକ ଉପକୃତ ହେବେ। ଏହି ନୂତନ ଟ୍ରେନ କୁ ଖୁବଶୀଘ୍ର ଚଳାଚଳ କରିବା ନିମନ୍ତେ ଜେନ୍ଦ୍ର ରେଳମନ୍ତ୍ରୀ ପୁୟୁସ ଗୋଏଲ ଙ୍କୁ ଅନୁରୋଧ କରିଛନ୍ତି। ଚିଠି ପ୍ରଦାନ ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
Leave A Reply