Odisha news

କୋରେଇ ପୁଲିସ୍ ପକ୍ଷରୁ ଚକୁଳିଆ ପଣ୍ଡା ବେଶରେ କରୋନା ସଚେତନତା

0

କୋରେଇ : କୋରେଇ ପୁଲିସ୍ ପକ୍ଷରୁ ଚକୁଳିଆ ପଣ୍ଡା ବେଶରେ ସଙ୍ଗୀତ ମା୍ମମରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଚେତନତା କରାଯାଇଛି । ଆଜି ପୂର୍ବାହ୍ନରେ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ସାଧାରଣ ଲୋକେ କିପରି କରୋନାକୁ ସହଜରେ ପ୍ରତିରୋଧ କରିପାରିବେ ଓ ଏହାକୁ କିପରି ପାଳନ କରିବାକୁ ଚକୁଳିଆ ପଣ୍ଡା ବେଶରେ ସଙ୍ଗୀତ ଗାନ କରାଯାଇ ସଚେତନତା ବାର୍ତା ଦିଆଯାଇଥିଲା ।

ଆଜି ପୂର୍ବାହ୍ନରେ ଏକ ସଚେତନତା ଗାଡ଼ି ବରୁଣ୍ଡେଇ ପଂଚାୟତ କାର୍ଯ୍ୟାଳୟ ନିକଟରୁ ବାହାରି ବୈତରଣୀରୋଡ ବଜାର ପରିକ୍ରମା କରିଥିଲା । ସେହିପରି ବନ୍ଦାଳ ପଂଚାୟତର ଦୁଲାଖପାଟଣା, ଗମ୍ଭାରିଆ ଓ ବାଲିଆପାଳ ଏବଂ ମୁକୁନ୍ଦପୁର ପଂଚାୟତର କଡ଼ମିଆ ଗ୍ରାମରେ ସଚେତନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନାଅଧିକାରୀ ଶ୍ରୀ ମହାନ୍ତିଙ୍କ ସମେତ ଏସଆଇ ସଲିଳ କୁମାର ମଲିକ, ମଦନ ମୋହନ ମଲିକ, ଟିଏନ ପ୍ରଧାନ, କ୍ଷେତ୍ରବାସୀ ମାଝୀ ପ୍ରମୁଖ ଯୋଗ ଦେଇ ଲୋକଙ୍କୁ ସଚେତନ କରାଇଥିଲେ ।

Leave A Reply