କୋରେଇ : ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡି ଆଜି କୋରେଇ ବ୍ଲକ ର ଵିଭିନ୍ନ ଅଞ୍ଚଳ ପରିଭ୍ରମଣ କରିଥିବା ଜଣାପଡିଛି ପ୍ରଥମେ କୋରେଇ ବ୍ଲକରେ ପହଂଚି ବ୍ଲକର ସମସ୍ୟା ସମ୍ପର୍କରେ ପଚାରି ବୁଜିଥିଲେ। ପରେ କୋରେଇ ମେଡିକାଲ, ସ୍କୁଲ,ତୁଳସୀପୁର ନୋଡାଲ ସ୍କୁଲ ରେ ପହଂଚି ପିଲାମାନଙ୍କ ସହିତ ପାଠ ପଢା ଓ ସ୍କୁଲର ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ। ପରେ ବରୁଣ୍ଡେଇ ମେଡିକାଲରେ ପହଂଚି ମେଡିକାଲ ରେ ପହଂଚି ଡାକ୍ତର ଙ୍କ ସହ ଆଲୋଚନା ସମୟରେ କିଛି ଲୋକ ମେଡିକାଲ କୁ ୨୪ଘଣ୍ଟା ଖୋଲା ରଖିବା ପାଇଁ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ପି ଏଚ ସି ଗୁଡିକୁ ୨୪ଘଣ୍ଟା ଖୋଲା ରଖିବା ସମ୍ପର୍କ ରେ ସରକାରୀ ସ୍ତରରେ ଆଲୋଚନା ଚାଲିଛି ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେଵବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ପରେ ନିକଟରେ ଥିବା ଚାଷ ଜମି ନିକଟକୁ ଯାଇ ଚାଷ ଜମି ଗୁଡିକୁ ବୁଲି ଦେଖିଥିଲେ। ଶେଷରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା କୋରେଇ ଭବନ ନିକଟକୁ ଯାଇ ବୁଲି ଦେଖିଥିଲେ। ଏବଂ ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ମଧ୍ୟ ବୁଲି ଦେଖିବା ସହ ଗୌରପୁର ପଞ୍ଚାୟତରେ ହୋଇଥିବା ପ୍ଲାଣ୍ଟେସନ କୁ ଦେଖିଥିଲେ ।ଆଜି ଜିଲ୍ଲା ପାଳ ଙ୍କ ସହିତ ବ୍ଲକ ଅଦକ୍ଷା ଜୟନ୍ତୀ ଦଳେଇ, ତହସିଲଦାର ଦେବାଶିଷ ରାଉତ ଓ ବିଡ଼ିଓ ଅଶୋକ ମାଝୀ ଙ୍କ ସମେତ ବୋହୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।