Odisha news

ଟାଟାପାୱାର ର  ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ କରୁଥିବା ଜୁଲମ କୁ ନେଇ ଅସନଝର ଗ୍ରା. ପ. ର ଆନ୍ଦୋଳନ ପ୍ରସ୍ତୁତି

0

କୋରେଇ ,16.10 :   ଟାଟା ପାୱାର ପକ୍ଷରୁ କୋରାଇ ଅଞ୍ଚଳ ର ବିଭିନ୍ନ ଗାଁ ମାନଙ୍କରେ ଥିବା ବିଦ୍ୟୁତ ଉପଭୋକ୍ତା ବିଶେଷ କରି ବି. ପି. ଏଲ. ଧାରୀ ଙ୍କ ଉପରେ କରୁଥିବା ଜୁଲମ କୁ ନେଇ ଆଜି ମଙ୍ଗଳବାର  ଅସନଝର ଠାରେ ଲାଲୁପ୍ରସାଦ ଦେହୁରୀ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି!ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମହାସଂଘର  ସଭାପତି ତଥା ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଯୋଗ ଦେଇ  ଓଡିଶା ବିଦ୍ୟୁତ କ୍ଷେତ୍ରରେ ଏକ ବଳକା ରାଜ୍ୟ ଭାବେ ଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ  ବ୍ୟବସାୟୀ କରଣ କରିବା ଦ୍ୱାରା ଏବେ ଗାଁ ଗାଁ ରେ ଅନ୍ଧାର ହେଉଥିବା ବେଳେ ସରକାର ଙ୍କ ନୀରବତା କୁ ଦୃଢ ସମାଲୋଚନା କରିଥିଲେ!ଏପରିକି ଦିଲ୍ଲୀ,ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ ଓ ଛତିଶଗଡ ଅନ୍ୟ ରାଜ୍ୟରୁ ବିଦ୍ୟୁତ ନେଇ ୨ ସହ ୟୁନିଟ ପର୍ଯନ୍ତ ଶୁଳ୍କମୁକ୍ତ କରିଥିବା ଏବଂ  ଚାରି ସହ ୟୁନିଟ କୁ ମାତ୍ର ୨୫O ଟଙ୍କା ନେଉଥିବା ସମୟରେ ଓଡିଶାରେ ଟାଟା ପାୱାର ମନ ଇଛା  ଟଙ୍କା ନେଇ ସାଧାରଣ ଗ୍ରାହକ ମାନଙ୍କୁ ଶୋଷଣ କରୁଛି! ଜଦି  ଆଗାମୀ ଦିନରେ ସରକାର ୨ସହ ୟୁନିଟ ପର୍ଯନ୍ତ ଶୁଳ୍କ କୁ ମାଗଣା  ଘୋଷଣା ନକରନ୍ତି ତାହେଲେ  ଆନ୍ଦୋଳନ ବ୍ୟାପକ କରିବାକୁ ଶ୍ରୀ ମହାନ୍ତି  ଘୋଷଣା କରିଥିଲେ! ଅସନଝର ଗ୍ରାମର ମଝିସାହି ଓ ତଳସାହିରେ ଦୀର୍ଘ ଆଠ ମାସ ଧରି ଟ୍ରାନ୍ସଫରମର ପୋଡି ଯାଇଥିଲେ ମଧ୍ୟ ଏହା ଉପରେ ଗୁରୁତ୍ୱ ନଦେଇ ଟାଟା ପାୱାର ବି ପି ଏଲ ଧାରୀ ପରିବାର ମାନଙ୍କ ପ୍ରତି କରୁଥିବା ଅନ୍ୟାୟର ବିରୋଧ କରି ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଆଜିର ସଭାରେ ନିଷ୍ପତି ନେଇଥିବା ଜଣାପଡିଛି ! ଆଜିର ସଭାରେ   ଅଶୋକ କୁମାର ଜେନା, ମହେନ୍ଦ୍ର ମହାପାତ୍ର, ଦଶରଥ ନାୟକ, ଦେବେନ୍ଦ୍ର ଦେହୁରୀ, ଗଙ୍ଗାଧର ଜେନା,ଶରତ ଚନ୍ଦ୍ର ମଲିକ,ଅନାଦି ଚରଣ ବାରିକ, ସତ୍ୟାନନ୍ଦ କାଣ୍ଡି,ବିଦ୍ୟାଧର ଯେନା,ସୁଦର୍ଶନ ତରାଇ , କୈଳାସ ଚନ୍ଦ୍ର ଦାସ,ଚିତ୍ତରଞ୍ଜନ ଯେନା ପୁରୁଷୋତ୍ତମ ଦଳାଇ ପ୍ରମୁଖଙ୍କ ସମେତ ବୋହୁ ଉପୋଭୋକ୍ତା ଉପସ୍ଥିତ ଥିଲେ!

Leave A Reply