Odisha news

ଟ୍ରେନ ରୁ ଖସି ଯୁବକ ମୃତ୍ୟୁ

0

କୋରେଇ  21.01 : ପୂର୍ବ ତଟ ରେଳ ବିଭାଗ ବୈତରଣୀରୋଡ କୋରେଇ ଷ୍ଟେସନ ମଝିରେ ର କିଲୋମିଟର ନମ୍ବର 325/2527 ରେ ଟ୍ରେନ ରୁ ଖସିପଡ଼ି ଜଣେ  ଯୁବକ ର ମୃତ୍ୟୁ ହୋଇଯାଇଥିବା ରେଳ ବିଭାଗର ଗ୍ୟାଙ୍ଗ ମ୍ୟାନ ବୈତରଣୀ ରେଳ ଷ୍ଟେସନ ରେ ଖବର ଦେଇଥିଲେ  ଖବରପାଇ ବୈତରଣୀରୋଡ ଷ୍ଟେସନ ମାଷ୍ଟର ଯାଜପୁରରୋଡ ଜିଆରପି ଓ ଆରପିଫ ଙ୍କୁ ଖବର ଦେଇଥିଲେ!ଖବରପାଇ ଭାଦ୍ରକ ଜିଆରପି ଏ ଏସ ଆଇ ସନ୍ଧ୍ୟାରାଣୀ ଟୋପ ଘଟଣା ସ୍ଥଳରେ ପହଁଛି ଅନୁସନ୍ଧାନ କରି ଉକ୍ତ ଯୁବକ ନିକଟରୁ ଏକ ଟ୍ରେନ ଟିକେଟ, ଆଧାର କାର୍ଡ, ଭୋଟ ପରିଚୟ ପତ୍ର ପାଇ ଯୁବକ ର ପରିଚୟ ଝାଡଖଣ୍ଡ ରାଜ୍ୟର ଗୋଡ୍ଡା ଜିଲ୍ଲା  ଥାନା ବୋରିଜରେ ମେଘି ଗାଁ ର ବଦ୍ରା ମୋହେଲି ର ପୁଅ ତଲୁ ମୋହଲି 42, ବୋଲି ଜଣାପଡିଛି!ଭଦ୍ରକ ଜିଆରପି ଶବକୁ ଜବତ କରି ୟୁ ଡି କେଶ ନମ୍ବର 5/2023ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭାଦ୍ରକ ପଠାଇଥିବା ଜଣାପଡିଛି!

Nalco
Leave A Reply