Odisha news

ରିଲିଫ୍ ବଂଟନରେ ଅନିୟମିତତା : ଯୋଗାଣଅଧିକାରୀ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

0

କୋରେଇ ୨୩ା୦୯ :  ବନ୍ୟାବିପନ୍ନଙ୍କ ପାଇଁ ୫୦ କିଲୋ ଚାଉଳ ସହିତ ୫୦୦ ଟଙ୍କା ରିଲିଫ୍ ଦେବା ପାଇଁ ମୂଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ଆଜି ମୁକୁନ୍ଦପୁର ପଂଚାୟତରେ ୫୦ କିଲୋ ଚାଉଳ ବଦଳରେ ୩୮ କିଲୋ ଦିଆ ଯାଉଥିଲା । ଏହାକୁ ନେଇ ପଂଚାୟତ କାର୍ଯ୍ୟଳାୟ ଠାରେ ଉତେଜନା ପ୍ରକାଶ ପାଇଥିଲା ।

ଯାହାକୁନେଇ ବିପନ୍ନ ମାନେ ଯୋଗାଣ ଅଧିକାରୀ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଥିଲେ । କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତରେ ବନ୍ୟାବପନ୍ନ ମାନଙ୍କୁ ରିଲିଫ୍ ଚାଉଳ ଓ ଟଙ୍କା ନେବା ପାଇଁ ୱାର୍ଡ ମେମ୍ବରଙ୍କ ଜରିଆରେ ବିପନ୍ନ ମାନଙ୍କୁ ଡକାଯାଇଥିଲା । ବିପନ୍ନ ମାନେ ପହଁଚିବା ପରେ ସେମାନଙ୍କୁ ୫୦ କିଲୋ ଚାଉଳ ପରିବର୍ତେ ୩୮କିଲୋ ଚାଉଳ ଦିଆଯାଇଥିଲା । କିନ୍ତୁ ବିପନ୍ନ ମାନେ ମୂଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୫୦ କିଲୋ ଚାଉଳ ନେବା ପାଇଁ ଜିଦି ଧରିଥିଲେ ।

ଫଳରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପାୟଶୂନ୍ୟ ହୋଇ ବିଡିଓଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ବିଡିଓ ଯୋଗାଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଯୋଗାଣ ଅଧିକାରୀ ଘଟଣସ୍ଥଳରେ ପହଁଚି ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ପୂର୍ବରୁ ନେଇଥିବା ୩ ଦିନର ରିଲିଫ୍କୁ କାଟି ବର୍ତମାନ ଅବଶିଷ୍ଟ ଚାଉଳ ଦିଆଯାଉଛି ବୋଲି ଯେତେ ବୁଝାଇଲେ ସୁଧା ବିପନ୍ନମାନେ ୫୦ କିଲୋ ପରିବର୍ତେ ୩୮ କିଲୋ ଚାଉଳ ନେବେ ନାହିଁ ବୋଲି ଜିଦ ଧରି ଉଭୟ ଯୋଗାଣ ଅଧିକାରୀ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରୋଉ କରି ରଖିଥିଲେ । ଦୁଇଜଣଙ୍କୁ ଘେରୋଉ କରି ରଖିଥିବା ବିଡିଓ କୋରେଇ ଥାନା ଅଧିକାରୀଙ୍କୁ ଜଣାଇବା ପରେ କୋରେଇ ପୁଲିସ୍ ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରି ଉଭୟ ଅଧିକାରୀଙ୍କୁ ମୁକୁଳାଇଥିଲେ

Nalco
Leave A Reply