କୋରେଇ : ଶ୍ରୀଧରଙ୍କ ପ୍ରଧାନମନ୍ତ୍ରୀ ଆବାସ ଘରକୁ ତାଙ୍କ ନାମରେ ଜିଓଟ୍ୟଗ କରିବା ପରେ ଅନ୍ୟଜଣଙ୍କୁ ବିକିଦେଇଥିବା ଶ୍ରୀଧର ଜାଣିବା ପରେ ଶ୍ରୀଧର ଏ ସମ୍ପର୍କରେ ବିଡିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଦଶକ, ମୂଖ୍ୟ ସାଚନ ସଚିବ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ଅବଗତ କଲେ ମଧ୍ୟ ତାଙ୍କକଥାକୁ କେହିବି କର୍ଣ୍ଣପାତ କଲେ ନାହିଁ । ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଏଭଳି ଦୃର୍ନିତି କରାଯାଉଥିଲେ ମଧ୍ୟ ଦୃର୍ନିତି ଖୋର୍ କର୍ମଚାରୀଙ୍କ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ତାଙ୍କୁ ପ୍ରଶାସନ ଘଂଟ ଘୋଡାଉଥିବା ଦେଖା ଯାଉଛି ।
କୋରେଇ ବ୍ଳକ ମୁକୁନ୍ଦପୁର ପଂଚାୟତ ମୁକୁନ୍ଦପୁର ଗ୍ରାମ ଦାସସାହିର ଶ୍ରୀଧର ଦାସଙ୍କ ଆବାସ ପାଇଁ ଜିଓଟ୍ୟଗ କରିବା ପରେ ଅନ୍ୟଜଣଙ୍କୁ ଶ୍ରୀଧରର ଆବାସକୁ ମୋଟାଅଙ୍କରେ ଲାଂଚନେଇ ଦେଇଦେବା ଘଟଣା ଜଣା ପଡିବା ପରେ ଏଥିରୁ ରକ୍ଷା ପାବାପାଇଁ ଦୃର୍ନିତି ଖୋର କର୍ମଚାରୀ ମାନେ ଶ୍ରୀଧରଙ୍କୁ ତାଙ୍କ ସ୍ତ୍ରୀ ନାମରେ ଆଉ ଏକ ବିଜୁପକ୍କା ଘର ଦେବାପାଇଁ ଗାଁ କିଛି ଦଲାଙ୍କୁ ଲଗାଇ ତାଙ୍କ ସହ ଆଲୋଚନା କରୁଥିବା ଶ୍ରୀଧର ପ୍ରକାଶ କରିଛନ୍ତି । ସୂଚନା ଥାଉକି ରଘୁନାଥ ଦାସଙ୍କ ପୁଅ ଶ୍ରୀଧରକୁ ଆବାସ ଯୋଜନାରେ ଘରଟିଏ ମିଳିଥିଲା ।
ତାଙ୍କ ଠାରୁ କାର୍ଯ୍ୟାଦେଶ ପାଇଁ ଆବଶ୍ୟକ କାଗଜପତ୍ର ପିଇଓ ସତ୍ୟ ରଂଜନ ବେହୁରୀଆ ନେଇଥିଲେ । ଶ୍ରୀଧରଙ୍କୁ କାର୍ଯ୍ୟାଦେଶ ପାଇଁ ୨୫ ହଜାର ଟଙ୍କା ଲାଂଚ ମଗାଯାଇଥିଲା । ମାତ୍ର ଶ୍ରୀଧର ଜଣେ ମୁଲମଜୁରିଆ ହୋଇଥିବାରୁ ସେ ୨୫ ହଜାର ଟଙ୍କା ନ ଦେଇପାରି ମାତ୍ର ୫ ହଜାର ଟଙ୍କା ଦେଇଥିଲେ ବୋଲି କହିଥିଲେ । ଏହା ପରେ ଜିଆରଏସ ଗୀତାଜଂଳି ମହାନ୍ତି ଜିଓଟ୍ୟଗ ପାଇଁ ଶ୍ରୀଧରଙ୍କ ଫଟୋ ଉଠାଇ ପ୍ରଧାନମନ୍ତ୍ରୀ ଆବାସ ୱେବ୍ସାଇଟରେ ଅପଲୋଡ କରିଥିଲେ । କିନ୍ତୁ ଦିନ ପରେ ଦିନ ଗଡାଇ ଚାଲିଲେ କିନ୍ତୁ ଶ୍ରୀଧରଙ୍କୁ କାର୍ଯ୍ୟାଦେଶ ଦେଲେ ନାହିଁ କି ପ୍ରଥମ କିସ୍ତି ମଧ୍ୟ ତାଙ୍କ ବ୍ୟାଙ୍କଖାତାକୁ ଆସିଲା ନାହିଁ ।
ପରେ ଶ୍ରୀଧର ଜାଣିବାକୁ ପାଇଲା ତାର ଆବାସକୁ ପିଇଓ ଓ ଜିଆରଏସ ସେହି ଗ୍ରାମର ପାଗଳ ଦାସଙ୍କ ପୁଅ ଶ୍ରୀଧର ଦାସଙ୍କ ଠାରୁ ମୋଟା ଅଙ୍କରେ ଲାଂଚନେଇ ତାଙ୍କୁ ଦିଆଯାଇଛି । ଏବଂ ତରବରିଆ ଭାବେ ୩ ଟି କିସ୍ତିରେ ମାତ୍ର ୧୭ ଦିନ ମଧ୍ୟରେ ସମସ୍ତ ଟଙ୍କା ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ୱେବ୍ସାଇଟରେ ଦର୍ଶାଯାଇଛି । ମାତ୍ର ୧୭ ଦିନରେ ଆବାସ ଘର ନିର୍ମାଣ କରାଯାଇ କିପରି ସମ୍ପୃର୍ଣ୍ଣ କରାଗଲା ଏବଂ ବିଲ ଉଠିଲା ତାକୁ ନେଇ ସନେ୍ଦହ ସୃଷ୍ଟି ହେଉଇଛି । ଏବଂ ଆବାସ ଅନ୍ୟମିତତା ଉପରେ କୌଣସି ତଦନ୍ତ କରାନଯାଇ ପ୍ରଶାସନ ଦୃର୍ନିତି ଖୋର କର୍ମଚାରୀଙ୍କୁ ଘଂଟ ଘୋଡାଉଥିବା ସାଧାରଣରେ ଆଲୋଚନା ହେଉଛି । ଏହା ପଛରେ କି କାରଣ ରହିଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଶ୍ରୀଧରକୁ ନ୍ୟାୟ ମିଳିବା ସହ ଦୃର୍ନିତିରେ ସମ୍ପୃକ୍ତି ଥିବା କର୍ମଚାରୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାେ ପାଇଁ ପଂଚାୟତ ବାସୀଙ୍କ ପକ୍ଷରୁ ଦାବୀ ହୋଇଛି