Odisha news

ଜାତୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ସୂର୍ଯ୍ୟମନ୍ଦିରରେ ରେକି କାର୍ଯ୍ୟକ୍ରମ

କୋଣାର୍କ :କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର  ଦିନ ସୂର୍ଯ୍ୟମନ୍ଦିର ପରିସରରେ ଜାତୀୟ ସୁରକ୍ଷା ସଂସ୍ଥା ବା ନ୍ୟାସନାଲ ସିକ୍ୟୁରିଟ ଗାର୍ଡ଼ ସଂସ୍ଥା ପକ୍ଷରୁ ସାମରିକ ପର୍ଯ୍ୟବେକ୍ଷଣ (ରେକି ) କାର୍ଯ୍ୟକ୍ରମ ଆୟୋଜିତ  କରାଜାଇଛି । ଆତଙ୍କବାଦୀ  ଆକ୍ରମଣ ସମୟରେ ଐତିହ୍ୟସ୍ଥଳୀ ଗୁଡ଼ିକୁ କିଭଳି ଭାବେ ସୁରକ୍ଷିତ ରଖାଯାଇପାରିବ ତାହାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି । ହଠାତ ଆତଙ୍କବାଦୀ ଆକ୍ରମଣ ହେଲେ କିମ୍ବା ମନ୍ଦିର ମଧ୍ୟକୁ ଅନୁପ୍ରବେଶକାରୀ ପ୍ରବେଶ କଲେ ସେମାନଙ୍କ କବଳରୁ ମନ୍ଦିରକୁ ଓ ଧନଜୀବନ କିଭଳି ଭାବେ ସୁରକ୍ଷିତ ରଖାଯାଇପାରିବ ସେ ସଂପର୍କିତ ବିଭିନ୍ନ ଦିଗ ସଂପର୍କରେ ନ୍ୟାସନାଲ ସିକ୍ୟୁରିଟ ଗାର୍ଡ଼ ସଂସ୍ଥା ପକ୍ଷରୁ ସୂର୍ଯ୍ୟମନ୍ଦିର ପରିସରରେ ଏକ ସୀମିତ ସମୟର ଡ଼େମୋ ପ୍ରଦର୍ଶିତ   କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ସଂସ୍ଥାର ପାଞ୍ଚଜଣ ଅଫିସର ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟ ରୁ ଜଣେ କର୍ଣ୍ଣଲ , ଜଣେ ମେଜର ଓ ତିନି ଜଣ କମାଣ୍ଡୋ  ସୂର୍ଯ୍ୟମନ୍ଦିର ରେ ପହଞ୍ଚି ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଦର୍ଶନ  କରିଥିଲେ ।  ସେମାନଙ୍କ ସହ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ତାଙ୍କ  ପୋଲିସ ଟିମ   ରେକି କାର୍ଯ୍ୟକ୍ରମ ରେ ସାମିଲି ଥିଲେ ।

Comments are closed.