Odisha news

ଆମ୍ବିଳିଗାଁ ର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

0
କୋଣାର୍କ,ସବ୍ୟୁ, କୋଣାର୍କ ଥାନା ନିକଟସ୍ଥ ମହଲପଡା ଗ୍ରାମପଂଞ୍ଚାୟତର ଆମ୍ବିଳି ଗାଁ ଗ୍ରାମ ।ଏହି ଗ୍ରାମଟିକୁ ସଂଯୋଗ କରିଥିବା ଆରଡ଼ି ରାସ୍ତା ଠାରୁ ୫00 ମିଟର ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ଯାହା ଖାଲ ଖମା ସହ ରାସ୍ତାରେ ପଡିଥିବା ଗୋଡି ଉଠି ବିରାଟ ଗର୍ତ୍ତ ସ୍ତୁଷ୍ଟି ହୋଇଛି। ଯେଉଁଥିରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି  ।ଏହି ରାସ୍ତା ଉପରେ ଦୁଇଟି ପଂଚଚାୟତ ଯଥା ଶିମିଳି ଓ ମହଲପଡା ର ଅର୍ଦ୍ଧାଧିକ ଲୋକ ଯାଆସ କରୁଥିଲେବି ରାସ୍ତାଟି ମରାମତି
ନହେବାରୁ ପଞ୍ଚାୟତ ବାସୀ ଙ୍କର ଦୁଃଖ ବଢ଼ିବାରେ ଲାଗିଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଏହି ରାସ୍ତାଟି ସମ୍ପୂର୍ଣ୍ଣ ବିପଯ୍ୟସ୍ଥ ହେବାସହ ଜାତାୟତରେ ବାଧା ସୁଷ୍ଟି ହେବବୋଲି ଅଞ୍ଚଳବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଦୁଇପଞ୍ଚାୟତରେ ବହୁ ବୁଦ୍ଧିଜୀବୀ ଶିକ୍ଷକ ଓ ରାଜନୈତିକ  ଵେକ୍ତି ବିଶେଷ ବସବାସ କରୁଥିଲେବି ମୁଖ୍ୟ ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ତାହା ଜନମାନସରେ ଆଲୋଚନାର ବିଷୟ ଵସ୍ତୁ ପାଲଟିଛି।ତେଣୁ ପୁରୀ ଜିଲ୍ଲାପାଳ ଏଦିଗପ୍ରତି ଦୁଷ୍ଟିଦେଇ ବର୍ଷା ଦିନ ପୁର୍ବରୁ ଆରଡ଼ି ରାସ୍ତା ଠାରୁ ୫୦୦ମିଟର ଉକ୍ତ ରାସ୍ତା କୁ ପକ୍କା କରିବାକୁ ବିଭାଗ କୁ ନିର୍ଦ୍ଧେଶ ଦେବାକୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଦୁଇପଞ୍ଚାୟତର ଜନସାଧାରଣମାନେ ଅନୁରୋଧ କରିଛନ୍ତି।
Nalco

Leave A Reply