କୋଣାର୍କ: କୋଣାର୍କ ନାଟ୍ୟମଣ୍ଡପ ରେ ସବୁବର୍ଷ ଭଳି ଚଳିତବର୍ଷ ଝୁଲଣ ଉତ୍ସବ ଆୟୋଜିତ ହୋଇଛି । ଚଳିତବର୍ଷ ମହାମାରୀ କରୋନା ପାଇଁ କେବଳ ଠାକୁରଙ୍କ ନୀତି ସଂପାଦିତ ହୋଇଛି ।ମାତ୍ର ନୃତ୍ୟଶିଲ୍ପୀ ଓ ନାଟ୍ୟମଣ୍ଡପର ଅନ୍ତେବାସୀ ମାନେ ଫେସବୁକ ଲାଇଭରେ ରେ ନୃତ୍ୟ ,ସଂଗୀତ ପରିବେଷଣ କରିଛନ୍ତି । କଳାକାର ମାନେ ଫେସବୁକ ଲାଇଭ ଆସି ନିଜନିଜ ରେ ଘରେ ରହି ସେମାନଙ୍କ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ ।ଫେସବୁକ ଲାଇଭରେ ବନାରସରୁ କଣ୍ଠଶିଳ୍ପୀ ଅଳଙ୍କୃତା ରାୟ ହିନ୍ଦୁସ୍ଥାନ କଣ୍ଠସଂଗୀତ ପରିବେଷଣ କରିଥିଲେ ।ପରେ ନୂଆଦିଲ୍ଲୀରୁ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ବୃନ୍ଦା ଚଢ଼ା ସୋସିଆଲ ମିଡ଼ିଆ ଲାଇଭରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।
ଶେଷରେ କେରଳର ଲୋକପ୍ରିୟ ଶିଳ୍ପୀ କଳାମଣ୍ଡଲମ୍ ଡ଼.ରଚିତା ରବି ମୋହିନୀ ଆଟମ ପରିବେଷଣ କରିଥିଲେ ।ନାଟ୍ୟମଣ୍ଡପର ସଭାପତି ଖଗେଶ୍ବର ଖଣ୍ଡାୟତ ରାୟ, ସଂପାଦକ ଶିବାଶିଷ ପ୍ରଧାନ , ସହ ସଂପାଦକ ଗୁରୁପଦ ବଳିୟାର ସିଂ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନଲାଇନରେ ଏହି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନାଟ୍ୟମଣ୍ଡପରେ ଝୁଲଣ ଉତ୍ସବ କୁ ଗୁରୁ ଜୟକୃଷ୍ଣ ନାୟକ, ପ୍ରସନ୍ନ ବେଉରିଆ ଓ ପୂଜକ କାଳନ୍ଦୀ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ ।
