Odisha news

କୋଣାର୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶିଘ୍ର, ଭିତ୍ତିଭୂମି ତଦାରଖ କଲେ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ।

0

କୋଣାର୍କ,ସବ୍ୟୁ: କୋଣାର୍କକୁ ଏକ ବିଶ୍ବ ସ୍ତରୀୟ ପର୍ଯ୍ରଟନ କ୍ଷେତ୍ରର ମାନ୍ୟତା ଦିଆଯିବ ଫଳରେ ଏଠାକୁ ପ୍ରତିଦିନ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ସମାଗମହେବ। କୋଣାର୍କ, ଚନ୍ଦ୍ରଭାଗା ଓ  ରାମଚଣ୍ଡୀ ସହିତ ଆଖପାଖରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିଶ୍ବସ୍ତରୀୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି କରାଯିବ ଯାହାର ଭିତ୍ତିଭୂମି କୁ ତଦାରଖ ପାଇଁ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନେତୃତ୍ୟୁରେ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ପୁରୀଜିଲ୍ଲା ଉପ ଜିଲ୍ଲାପାଳ ଭବତାରଣ ସାହୁ,ପୁରୀ ଜିଲ୍ଲା ବନବିଭାଗ ଡ଼ିଏଫଓ ସୁଶାନ୍ତ କୁମାର ସିଂ ,ପର୍ଯ୍ୟଟନ ବିଭାଗର ବରିଷ୍ଠ  ଅଧିକାରୀ ପି.କେ ଚାନ୍ଦ ପ୍ରମୁଖ କୋଣାର୍କରେ ପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ରାମଚଣ୍ଡୀରେ ହେଉଥିବା ଜନଗହଳି ଓ ଯାନବାହାନ ଗୁଡ଼ିକ ରାସ୍ତାରେ ରଖାଯାଉଥିବାକୁ ନେଇ ସ୍ବତନ୍ତ୍ର ଓ ସ୍ଥାୟୀ ଭାବେ ପାର୍କିଂ ସ୍ଥାନ ନିରୁପଣ କରାଯିବ ବୋଲି  ଜଣାପଡ଼ିଛି । ବନବିଭାଗ ସହଯୋଗରେ ରାମଚଣ୍ଡୀ ପୀଠର ବିଭିନ୍ନ ସ୍ଥାନରେ ବଣଭୋଜି ପାଇଁ ମଣ୍ଡପ ନିର୍ମାଣ କରାଯିବ ।

ଚନ୍ଦ୍ରଭାଗାର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଫୁଡ଼କୋର୍ଟ , ଆମୋଦ ପ୍ରମୋଦ କରିବା ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବା ଭଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ  କରାଯିବ ଚନ୍ଦ୍ରଭାଗାର ବ୍ୟବସାୟୀ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଥଇଥାନ କରାଯାଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଭେଣ୍ଡିଂଜୋନ ଯୋଗାଇ ଦିଆଯିବ ।ଚନ୍ଦ୍ରଭାଗାରେ ଥିବା ଜୟଦେବ ବାଟିକା କୁ ଏକ ଅତ୍ୟାଧୁନିକ ପାର୍କର ରୂପ ଦିଆଯାଇ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଏଠାରେ ଜଳଫୁଆରା ସହିତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ।ଜୟଦେବ ବା‌ଟିକା ସାମ୍ନାରେ ଥିବା ଉଡ଼େନ ରେଷ୍ଟୁରାଣ୍ଟକୁ ବର୍ଦ୍ଧିତ କରାଯିବା ପାଇଁ ଏହାର ଆଖପାଖରେ ଥିବା ସମସ୍ତ ସରକାରୀ ଜମିକୁ ପ୍ରଶାସନ ଖୁବଶିଘ୍ର ନିଜ ଅକ୍ତିଆରକୁ ନେଇ ଜବରଦଖଲ ଉଛେଦ କାର୍ଯ୍ୟଆରମ୍ଭ କରିବ ।ଉଡ଼େନ ରେଷ୍ଟୁରାଣ୍ଟ ସାମ୍ନାରୁ ଏକ ରାସ୍ତା ସିଧାସଳଖ ଭାବେ ବେଳାଭୂମିକୁ ସଂଯୋଗ କରାଯିବ ଯାହା ଦ୍ବାରାକି ପର୍ଯ୍ୟଟକ ମାନେ ବେଳାଭୂମି ପରିଦର୍ଶନ ସାରି ଉଡ଼େନ ରେଷ୍ଟୁରାଣ୍ଟରେ ରେ ପହଞ୍ଚି ପାରିବେ  ।

କୋଣାର୍କ ଅର୍ବାନ ହାଟକୁ କାର୍ଯ୍ୟକ୍ଷମ କରାଯିବା ସହିତ ଅର୍ବାନହାଟ ମଧ୍ୟରୁ ଆଇଓସିଏଲ ବାଖ୍ୟାନ କେନ୍ଦ୍ର ମଧ୍ୟକୁ ଏକ ରାସ୍ତା ସଂଯୋଗୀକରଣ କରାଯିବ ।ତେବେ କୋଣାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସ୍ଥାନୀୟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଥଇଥାନକୁ ପ୍ରାଥମିକତା ଓ ଗୁରୁତ୍ବ ଦିଆଯିବ ବୋଲି ସୂଚନା ମିଳିଛି।  ମହାମାରୀ କରୋନାର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଖୁବଶିଘ୍ର ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ‌ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବାର ନିଷ୍ପତି ନିଆଯିବ ବୋଲି  ଜିଲ୍ଲାପାଳଶ୍ରୀ ସିଂ ସୂଚନା ଦେଇଥିଲେ ।ଖୁବଶିଘ୍ର କୋଣାର୍କକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ରୂପ ଦେବାପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏହି ପ୍ରଶାସନିକ ଅଧିକାରୀ ମଣ୍ଡଳୀ ସୂଚନା ଦେଇଛନ୍ତି କୋଣାର୍କର ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିନିଯୋଗ କରାଯିବ ବୋଲି ଜଣାପଡିଛି।

ଏଠାରେ ସୂଚନା ଥାଉକି କି , ବିଶ୍ବଐତିହ୍ୟ କୋଣାର୍କକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବାପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ତାଙ୍କର ଚେଷ୍ଟା ଜାରିରଖିଛନ୍ତି।ସେଥିପାଇଁ କୋଣାର୍କ ବାସୀ ଙ୍କ ତରଫରୁ ଜିଲ୍ଲାପାଳ ମହୋଦୟଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି।ଏହି ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ଗ୍ରସ୍ତ ବେଳେ ଗୋପ ତହସିଲଦାର ପୃଥୀବିରାଜ ମଣ୍ଡଳ,ସ୍ତାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,ପ୍ରୋଜେକ୍ଟ ଡ଼ିଜାଇନିଂର ମିତ୍ରଭାନୁ ଚୋୖଧୁରୀ ଙ୍କ ସହ ରାଜସ୍ଵ ନିରୀକ୍ଷକ ସତ୍ୟବାଦୀ ଚିନ୍ନରା ଓ କୋଣାର୍କ ଏନ ଏ ସି ର ନୋଡାଲ ଅଫିସର ଭାଗିରଥି ବରାଳ ପ୍ରମୁଖ ଉପସ୍ଥିତ ହୋଇ କୋଣାର୍କ ଅଂଛଳର ସମସ୍ତ ବିକଶିତ ହେବାକୁ ଥିବା ଭିତ୍ତିଭୁମିକୁ ପ୍ରତିନିଧିମଣ୍ଡଳୀଙ୍କୁ ଦେଖାଇଥିଲେ।

Leave A Reply