Odisha news

ବେଆଇନି ଭାବେ ବୋହିନେଲେ ଲକ୍ଷାଧିକ ଟଙ୍କାର ମାଟି ଓ ବାଲି, ରାଜସ୍ୱ ବିଭାଗ ସାଜିଛି ନିରବ ଦ୍ରଷ୍ଟା।

0

କୋଣାର୍କ : ମହାମାରୀ କରୋନାକୁ ଢ଼ାଲ କରି ସରକାରୀ ସହାୟତା ପାଇବା ପାଇଁ  ଲୋକଙ୍କ ଦାବି ବଢ଼ୁଛି । କିନ୍ତୁ ତା ଭିତରେ ସରକାରୀ କଳର ଅଧିକାରୀ ମାନେ ନିଜ ପକେଟ ଗରମ କରିବା ପରେ ସରକାରୀ ତହବିଲକୁ ନାମକୁ ମାତ୍ର ଅର୍ଥ ଜରିମନା ଆକାରରେ ଦେଉଥିବାର ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ କୋଣାର୍କ ଥାନା ଅଧିନ ଖରାଗାଁ ଗ୍ରାମରୁ ଏବେ ଦିନ ରାତି ୨୪ ଘଣ୍ଟା ବେଆଇନ ମାଟି ଚାଲାଣ ଚାଲିଛି ।ଏଥି ସହିତ ନଳକଣ ଅଂଚଳରୁ ବାଲିବନ୍ତ ସବୁ ଖାଲି ହେବାରେ ଲାଗିଛି ।ଏସଂକ୍ରାନ୍ତରେ ଗ୍ରାମବାସୀଙ୍କ ଅଭିଯୋଗକୁ ବିଭାଗୀୟ କର୍ତୁପକ୍ଷ ଗୁରୁତ୍ବ ଦେଉନାହାଁନ୍ତି ।

ମନଇଛା ମାଟି ଓ ବାଲି ଚ‌ାଲାଣ ସହିତ ବିନା କାଗଜପତ୍ରରେ ଚାଲୁଥିବା ଟ୍ରାକ୍ଟର ଓ ଡ଼୍ରାଇଭିଂ ଲାଇସେନ୍ସ ନଥିବା ଟ୍ରାକ୍ଟର ଚାଳକଙ୍କ ଉତ୍ପାତ ମଧ୍ୟ ବଢ଼ିବାରେ ଲାଗିଛି ।ଏନେଇ ସ୍ଥାନୀୟ ତହସିଲଦାରଙ୍କ ଠାରୁ  ଆରମ୍ଭ କରି ରାଜସ୍ବ ନିରୀକ୍ଷକଙ୍କ ପର୍ଯ୍ୟନ୍ତ ଅବଗତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।ବରଂ ନିଜ ଉପରୁ ଦୋଷ ଛଡ଼ାଇବାକୁ ନାମକୁ ମାତ୍ର କେଇ ହଜାରଟଙ୍କାର ଜରିମନା କଟାଯାଇଛି ବୋଲି ରାଜସ୍ବ ବିଭାଗ ପକ୍ଷରୁ ସଫେଇ ମିଳିଛି ।ବାସ୍ତବରେ ଏହି ଜରିମନା କଟାଯାଇଛି କି ନାହିଁ ତାହା ମଧ୍ୟ ସନ୍ଦେହର ବାତାବରଣ ସୃଷ୍ଟି କରିଛି ।କାରଣ ଯେଉଁ ସ୍ଥାନରୁ ମାଟି ଓ ବାଲି ଉଠାଯାଉଛି ତାହା ସରକାରୀ ଜାଗା ବୋଲି ଅଭିଯୋଗ ହେଉଛି। ।କିନ୍ତୁ ଏସଂକ୍ରାନ୍ତରେ ଖାତା ନମ୍ବର କିମ୍ବା  ପ୍ଳଟ ନମ୍ବର  ଦେବାକୁ ରାଜସ୍ବ ନିରୀକ୍ଷକ ଓ ତହସିଲଦାର କେହିବି ପ୍ରସ୍ତୁତ ନଥିବାର ଜଣାପଡ଼ିଛି  ।ଉଭୟ ଉଭୟଙ୍କ ଉପରେ କାଦୁ୍ଅ ପିଙ୍ଗୁଛନ୍ତି ।

ସୁତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ଚାଲିଥିବା ବେଆଇନ ବାଲି ଓ ମାଟି ଚାଲାଣ ପାଇଁ ଜଣେ ଜଣାଶୁଣା ଏଜେଣ୍ଟ ନିଯୁକ୍ତି ହୋଇଥିବା ସମୟରେ ଉପରିସ୍ଥ ଅଧିକାରୀଙ୍କ ନାମରେ ମଧ୍ୟ ତଳୁଆ କର୍ମଚାରୀଙ୍କ ମାର୍ଫତରେ ଅର୍ଥ ଆଦାୟ ଚର୍ଚ୍ଚା ଜୋର ଧରିଛି ।ଉଭୟ ତହସିଲଦାରଙ୍କ କାର୍ଯ୍ୟାଳୟ କିମ୍ବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାହା ପକ୍ଷରୁ ମଧ୍ୟ ଉଠିଥ୍‌ବା  ଅଭିଯୋଗର ତଦନ୍ତ ନେଇ କୌଣସି ଆନ୍ତରିକତା ଥିବା ଭଳି ମନେ ହେଉନି ।ଅନ୍ୟ ପକ୍ଷରେ ଲଧକ୍ଷାଧିକ ଟଙ୍କାର ବେଆଇନ ବାଲି ଓ ମାଟି ଚାଲାଣ ଏବଂ ବିନା କାଗଜପତ୍ରରେ ଚାଲୁଥିବା ଓ ଡ଼୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ଙ୍କ ବାବଦରେ ମାତ୍ର ପାଞ୍ଚ ହଜାର ଟଙ୍କାର ଜୋରିମାନା କଟାଯିବା ଘଟଣା ଏବେ ରାଜସ୍ବ ବିଭାଗର କାର୍ଯ୍ୟକୁ ନେଇ ଟାହିଟାପୁରା ପରିସ୍ଥିତି ସୃଷ୍ଟି କରିଛି ।ନା ତହସିଲଦାର ନା ରାଜସ୍ବ ନିରୀକ୍ଷକ କାହା ଠାରୁ ମଧ୍ୟ ଖରାଗାଁରେ ଚାଲିଥିବା ବେଆଇନ ବାଲି ଓ ମାଟିଉଠାଣ ସଂପର୍କରେ  ସନ୍ତୋ‌ଷ ଜନକ ଉତ୍ତର ମିଳିନାହିଁ । ରାଜସ୍ବ ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ତେଣୁ ପୁରୀ ଜିଲ୍ଲାପାଳ ଏଦିଗ ପ୍ରତି ଦୁଷ୍ଟିଦେଇ ବିହିତ କଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Nalco

Leave A Reply